ବୈଶାଖ ମେଲା ଉଦଯାପିତ ।

0

 Â à¬¬à­ˆà¬¶à¬¾à¬– ମେଲା ଉଦଯାପିତ ।

ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲାର ପାଇକମାଲ ନିକଟସ୍ଥ ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଥିବା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୄସିଂହନାଥ ପୀଠରେରେ ୨୫ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀ ମାର୍ଜାରକେଶରୀ ନୄସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ଆଜି ୩୦ତାରିଖ ପୂର୍ଣ୍ଣିମା ଦିନ ଉଦଯାପିତ ହୋଇଛି । ଏହି ପବିତ୍ର ଉତ୍ସବରେ ରାଜ୍ୟ ତଥା ରାଜ୍ୟବାହାରୁ ଲକ୍ଷ ଲକ୍ଷ ଭକ୍ତ ଯୋଗ ଦେଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଥିଲେ ।ପ୍ରଥମ ଦିନ ସନ୍ଧ୍ୟାରେ ନୄସିଂହନାଥସ୍ଥ ପବିତ୍ର ଝରଣାର ଗଣେଶ ଘାଟରୁ ଶତାଧିକ ପୁରୁଷ ଓ ମହିଳା ମାନଙ୍କ ଦ୍ବାରା କଳସ ଯାତ୍ରା କରି ଯଜ୍ଞ ସ୍ଥଳରେ କଳସ ସ୍ଥାପନ କରି ନୄସିଂହ ବୀଜମନ୍ତ୍ର ପାଠ ଆରମ୍ଭ ହୋଇଥିଲା ।ଏକାଦଶୀ ଦିନଠୁ ପୂର୍ଣ୍ଣିମା ଯାଏଁ ୧ଲକ୍ଷ୨୫ହଜାର ନୄସିଂହ ବୀଜମନ୍ତ୍ର ପାଠ କରାଯିବା ପୂର୍ବକ ଯଜ୍ଞର ପୂର୍ଣ୍ଣାହୂତି ସମାପନ ହୋଇଥିଲା ।୨୮ ତାରିଖ ଦିନ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ ହେବାସହ ସାଂସ୍କୃତିକ ମଞ୍ଚକୁ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ,ଗବେଷକ ସଞ୍ଜୟ ବହିଦାର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ,ଉପ ଜିଲ୍ଲାପାଳ ଦୈଳତ ଚନ୍ଦ୍ରକାର,ନରସିଂହ ବାବା ପ୍ରମୁଖ ଉଦଘାଟନ କରିଥିଲେ ।ମେଳାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ମୀନାବଜାର,ସର୍କସ ଆଦିର ବ୍ୟବସ୍ଥା ହୋଇଥିଲା ।ଶାନ୍ତିଶୄଙ୍ଖଳା ରକ୍ଷା ପାଇଁ ପଦ୍ମପୁର ଆରକ୍ଷୀ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ତପ୍ତାଧାନରେ ଦୁଇଗୋଟି ପୋଲିସ ପୋଷ୍ଟ ସହ ଫୋର୍ସ ମୁତୟନ ହୋଇଥିଲେ ।ପାନୀୟ ଜଳ ବିଭାଗ ପକ୍ଷରୁ ୧୬ଟି ସ୍ଥାନରେ ପାଣି ଟାଙ୍କିର ବ୍ୟବସ୍ଥା କରାଯାଇଥିଲା ।ବରଗଡ଼ ପୌରସଂସ୍ଥା ପକ୍ଷରୁ ୧୦ ଟି ଭ୍ରାମ୍ୟମାଣ ପାଇଖାନା ଓ ଡଷ୍ଟବିନର ବ୍ୟବସ୍ଥା କରାଯାଇଥିଲା ।

 

Leave A Reply

Your email address will not be published.