ହୀରାକୁଦରେ ଜୀବନବିନ୍ଦୁ, ୩୨ ୟୁନିଟ ସଂଗୃହିତ l

0

ସମ୍ବଲପୁର,(ରମାକାନ୍ତ ବିଶ୍ଡାଲ ) : ଲକଡ଼ାଉନ କଟକଣା ଯୋଗୁଁ  ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତର ଅଭାବକୁ ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଜି  ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ  ହୀରାକୁଦର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ  ରେଢ଼ାଖୋଲ ବିଧାୟକ ତଥା ଓଡ଼ିଶା ସରକାର ଙ୍କ ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏଥିରେ ୩୨ ଜଣ ସ୍ବେଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ | ହୀରାକୁଦ ବିଡେଜିର ସକ୍ରିୟ ସଦସ୍ୟଗଣଙ୍କ ସହଯୋଗରେ ବୁର୍ଲା ରକ୍ତଭଣ୍ଡାରର ଡାକ୍ତର ଏବଂ କର୍ମକର୍ତ୍ତାଙ୍କ ପରିଚାଳନାରେ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଥିଲା | ଏଥିରେ  ଓଡ଼ିଶା ରାଜ୍ୟ ପରିଷଦ ସଭ୍ୟ ତଥା ଜିଲ୍ଲା ବିଜୁ କୃଷକ ମୋର୍ଚ୍ଚା ସଭାପତି ଆନନ୍ଦ ଜେନା,ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ର।ଣ ମିଶ୍ର, ପ୍ରଫୁଲ୍ଲ କୁମାର ଦାଶ, ବରିଷ୍ଠ ନେତା ମଞ୍ଜୁ ଦାସ, ହୀରାକୁଦ ମହିଳା ସଭାପତି ରେଣୁବାଲା ମରେଇ,ବାମଦେବ ଷଡ଼ଙ୍ଗୀ ,ଆର.ଏ.ଶିବକୁମାର,ହୀରାକୁଦ ବରିଷ୍ଠ ନାଗରିକ ସଙ୍ଗଠନ ର କର୍ମକର୍ତ୍ତା ସନ୍ତୋଷ ପଣ୍ଡା,ସଚ୍ଚିତାନନ୍ଦ ବେହେରା, ମଧୁସୂଦନ ଦାଶ, ନୀଳାଞ୍ଚଳ  ପଣ୍ଡା,  ଦେବାଶିଷ ନନ୍ଦ, ପ୍ରସନ୍ନ ସାହୁ, ଫକୀର ପଧାନ, ବୁଲୁ ତ୍ରିପାଠୀ, ବିନୋଦ ନାଗ, ଜିତେନ୍ଦ୍ରିୟ ବିଶି, ବାବୁଲଲ ଖଣ୍ଡୁଆଲ, ମଦନ ମହାନନ୍ଦ, ବିଶ୍ୱମିତ୍ର ସାହୁ, ତ୍ରିବେଣୀ ପଣ୍ଡା ,  ମମତା ମୁଦୁଲି, ଭାଗ୍ୟଳତା ଚୌଧୁରୀ, ପ୍ରମିଳା ନାୟକ, କୁଟୁ ପଟ୍ଟନାୟକ, ସୁରେନ୍ଦ୍ର  ବିଶ୍ୱାଳ, ଶିବନି ମହାରଣା,ମହେଶ୍ବର ଷଣ୍ଢ,ବାପି, ଜଗନ୍ନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ !  ଏହି ରକ୍ତଦାନ ଶିବିର ରେ  ଶ୍ରୀମତୀ ରାଶେ ପ୍ରଧାନ,କିଶୋର ପାତ୍ର,ଟୁନା ବେହେରା, ସଙ୍ଗମ ସେଠୀ, ଶ୍ରୀନି ବେହେରା,ଯତୀନ ସାହୁ, ରଞ୍ଜିତ ସାହୁ, ଅରୁଣ ପୃଷ୍ଟି, ଘନଶ୍ୟାମ ସାହୁ, ରଞ୍ଜିତ ପରିଡା, ଅମିତାଭ ପଲେଇ ପ୍ରମୁଖ  ରକ୍ତଦାତା  ରକ୍ତଦାନ କରିଥିଲେ |

Leave A Reply

Your email address will not be published.