ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଦ୍ଵିତୀୟ ଥର ରକ୍ତ ଦାନ ଶିବିର

0

ବରଗଡ :- ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର୍,ଭୁକ୍ତା ରେ ଦ୍ଵିତୀୟ ଥର ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି| ଶିବିରରେ ବରଗଡ ରକ୍ତ ଭଣ୍ଡାର କୁ ୩୨ ୟୁନିଟ୍(୪ ଜଣ ମହିଳା ଓ ୨୮ ଜଣ ପୁରୁଷ ରକ୍ତ ଦାତା) ରକ୍ତ ସଂଗ୍ରହ କରାଯାଇଥିଲା। ଆମ୍ବଭନା ଥାନା ଅଧିକାରୀ ଶ୍ରୀ ଆଲୋକ ବେହେରା ନିଜେ ପ୍ରଥମେ ରକ୍ତ ଦେଇ ଶିବିର କୁ ଉଦଘାଟନ୍ କରିଥିଲେ । ଅଗ୍ନିଶମ କାର୍ଯ୍ୟାଳୟ ମୁଖ୍ୟ ମିଶ୍ର ସାର , ପୋଲିସ ସବ ଇନ୍ସପେକ୍ଟର ଶରତ ମିଶ୍ର , ପ୍ରଧାନ ଶିକ୍ଷକ ନିଜେ ରହି ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ମନୋବଲ୍ ବଢେଇ ଥିଲେ। ପ୍ରଥମ ପର୍ଯୟରେ ପଶ୍ଚିମ ଓଡ଼ିଶା ର ୨୮ ଟା ବ୍ଲକରେ  ରକ୍ତ ଦାନ ଶିବିର ଅନୁଷ୍ଠିତ କରି ରକ୍ତ ଅଭାବକୁ ଦୂର କରା ଯିବାର ପ୍ରୟାସ କରାଯିବ ବୋଲି  ସଭାପତି ଅଜିତ୍ କୁମାର ପତି କହିଥିଲେ। ସମ୍ପାଦକ ସୁମନ୍ତ ଶତପଥି, ଉପସଭାପତି ନରେଶ ପଧାନ, ହରିଶ୍ ସାହୁ, ଦିନେଶ ପଟେଲ, ଦୀପକ ଭୋଇ, ସୁନିଲ ପଟେଲ, କହ୍ନେୟା ପଟେଲ,ସୁନିଲ କଲିହାରି, ଦେବେନ୍ଦ୍ର ପଟେଲ, ପୀୟୂଷ ଅଗ୍ରୱାଲ,ଶ୍ରୀକାନ୍ତ ପଧାନ, ଯତିନ୍ ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.