ରାତ୍ରୀ କାଳୀନ କର୍ଫ୍ୟୁରେ ସରକାର କଲେ ସାମାନ୍ୟ ସଂଶୋଧନ

0

ସନ୍ଧ୍ୟା ୭ରୁ ସକାଳ ୭ ବଦଳରେ ସନ୍ଧ୍ୟା ୭ରୁ ସକାଳ ୫

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହେଲା ଆଦେଶନାମା 

ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ମଇ ୩୧ରେ ଲକ୍ ଡାଉନ୍-୪ ଶେଷ ହେବା ପରେ ଜୁନ୍ ୧ ତାରିଖରୁ ଦେଶରେ ପର୍ଯ୍ୟାୟ କ୍ରମେ ଅନଲକ ବ୍ୟବସ୍ଥା ଆରମ୍ଭ କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତିା ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତିା କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଅନ୍ ଲକ୍ ବ୍ୟବସ୍ଥା ଆଧାରରେ ଓଡ଼ିଶା ସରକାର ରାଜ୍ୟରେ ଲାଗୁ କରିବାକୁ ଯାଉଥିବା ନୂଆ କଟକଣା ଏବଂ ନିୟମ ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଏବଂ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ ସେମାନେ କହିଥିଲେ ଯେ ରାତ୍ରିକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଲାଗୁ ହେବ ବୋଲି କହିଥିଲେ | ହେଲେ ମାତ୍ର କିଛି ଘଣ୍ଟା ଭିତରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହୋଇଥିବା No.3Q5Z/ R&DM(DM), Dt.01-06-2020 /RDM-RLF-MISC-0034-2020 O ଆଦେଶନାମାରେ ଓ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋବିଦ ସରକାରୀ ରିଲିଜରେ କୁହାଯାଇଛି ଯେ ଓଡ଼ିଶାରେ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ | ହେଲେ କେଇ ଘଣ୍ଟା ପୂର୍ବରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଡିଜିପି ଅଭୟ ସନ୍ଧ୍ୟା ୭ଟାରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯିବ ବୋଲି କହିବାର ମାତ୍ର କେଇ ଘଣ୍ଟା ଭିତରେ ତାହା ସକାଳ ୭ ବଦଳରେ ସକାଳ ୫ଟାରେ ସରିବ ବୋଲି କୋବିଦ ସରକାରୀ ରିଲିଜରେ କୁହାଯାଇଛି | ସ୍ମରଣଯୋଗ୍ୟ ଯେ କେନ୍ଦ୍ର ଅନ ଲକ-୧ରେ କେନ୍ଦ୍ର ସରକାର ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲଗାଇବା ପାଇଁ ଗାଇଡଲାଇନରେ ଉଲ୍ଲେଖ କରିଥିଲେ । ମାତ୍ର ରାଜ୍ୟ ଚାହିଁଲେ ନିଜ ରାଜ୍ୟର କରୋନା ସ୍ଥିତି ଦେଖି ଏଥିରେ ପରିବର୍ତ୍ତନ କରିପାରିବେ ବୋଲି କ୍ଷମତା ଦେଇଛନ୍ତି କେନ୍ଦ୍ର ସରକାର । ତ ଉପରେ ସବିଶେଷ ତର୍ଜ୍ଜମା କରି ରାଜ୍ୟ ସରକାର ଶେଷ ମୁହୂର୍ତ୍ତରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ସାମାନ୍ୟ ପରିବର୍ତନ କରି ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହୋଇଥିବା ଚିଠିରୁ ଅନୁମାନ କରାଯାଉଛି

Leave A Reply

Your email address will not be published.