ଚମ୍ପୁଆ (ଶାସକ ପ୍ରଶାସକ) ଚମ୍ପୁଆରେ ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୪୫ ବର୍ଷ ବୟସ୍କ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଚମ୍ପୁଆ ଅଞ୍ଚଳରେ ହୋଇଥିବା ସେ ଛତିଶଗଡରେ କାମ କରୁଥିଲେ। ସେ ଛତିଶଗଡ଼ରୁ ଏକ ସାଇକେଲ ଯୋଗେ ଚମ୍ପୁଆକୁ ଫେରିଥିଲେ। ୧୭ ତାରିଖ ଦିନ ସେ ଚମ୍ପୁଆରେ ପହଞ୍ଚି ମହତାବ ହାଇସ୍କୁଲରେ ଥିବା ଜ୍ବର କ୍ଲିନିକରେ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ତାଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟସ୍ଥିତ କ୍ବାରେଣ୍ଟାଇନ ସେଣ୍ଟରକୁ ନିଆଯାଇଥିଲା। ୨୭ ତାରିଖରେ ତାଙ୍କର ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ଗତ ୩୧ ତାରିଖ ସନ୍ଧ୍ୟାରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିବା ପରେ ତାଙ୍କୁ ତୁରନ୍ତ କୋଭିଡ ହସପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। ପ୍ରଶାସନ ତରଫରୁ ଚିହ୍ନଟ ରୋଗୀଙ୍କ ଭ୍ରମଣ ଇତିହାସ ତଥା ମିଳାମିଶା ଉପରେ ଅନୁଧ୍ୟାନ କରିଯାଉଛି। ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଞ୍ଚଳକୁ ପୂର୍ବରୁ ସିଲ୍ କରାଯାଇଥିଲା। ଏବେ ମଧ୍ୟ ତାହା ବଳବତ୍ତର ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.