“ଓଡିଶା ମୋ ପରିବାର” ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

0

 ପ୍ରବାସୀ ଶ୍ରମିକ ମାନଙ୍କ ସକାଶେ ଖୋଲା ଯାଇଥିବା ସହାୟତା କେନ୍ଦ୍ରରେ କାର୍ଯ୍ୟର କଲେ ସମୀକ୍ଷା l 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ମହାମାରି କରୋନା ପ୍ରଭାବରେ ଲକାଡାଉନ ପାଇଁ ବାହାର ରାଜ୍ୟରେ ସବୁ କାମବନ୍ଦ ହୋଇଯାଇଥିବାରୁ ସେଠାରୁ ପ୍ରତି ଦିନ ଜାତୀୟ ରାଜପଥ ୫୩ ଦେଇ ଶହ ଶହ ସଂଖ୍ୟାରେ ପଥଚଲା ପ୍ରବାସୀ ଶ୍ରମିକ ମାନଙ୍କ ସହିତ ବସ, ଟ୍ରକ ଆଦି ମାଳବାହୀ ଗାଡି ମାନଙ୍କରେ ଯାତାୟତ କରୁଛନ୍ତି l ଏହି  ଶ୍ରମିକ ମାନଙ୍କୁ ସହାୟତାର ହାତବଢାଇଛି “ଓଡିଶା ମୋ ପରିବାର” l ଶନିବାର ସନ୍ଧ୍ୟାରେ  “ଓଡିଶା ମୋ ପରିବାର” ର ରାଜ୍ୟ ଅଧ୍ୟକ୍ଷ ଅରୁପ ପଟନାୟକ, ଓଡିଶା ମୋ ପରିବାର ର ଆଇନ ଉପଦେଷ୍ଠା ଅବନି ସାହୁ ସମ୍ବଲପୁର ସହର ଅଇଁଠାପାଲି ଛକରେ ଖୋଲାଯାଇଥିବା ସହାୟତା କେନ୍ଦ୍ର ପରିଦର୍ଶନ କରିବା ସହିତ କାର୍ଯ୍ୟର ସମୀକ୍ଷା କରିଥିଲେ l  ଓଡିଶା ମୋ ପରିବାର ଅଧ୍ୟକ୍ଷ ଙ୍କ ସହିତ ଓଡିଶା ମୋ ପରିବାର ଯୁଗ୍ମ ଆବାହକ ଇ. ନଳିନୀ କାନ୍ତ ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ, ପୂର୍ବତନ ବିଜେଡି ଜ଼ିଲ୍ଲା ସଭାପତି ପ୍ରମୋଦ ରଥ, ସମ୍ବଲପୁର ପୌର ପରିଷଦର ପୂର୍ବତନ ଉପlଧକ୍ଷ ସିଦ୍ଧାର୍ଥ ସାହା, ଦେବେନ୍ଦ୍ର କିଶୋର ପତି, ସନ୍ଦୀପ ପଟନାୟକ, ଯୁବ ଜନତା ଜ଼ିଲ୍ଲା ସଭାପତି ସୁବାସ ଜେନା, ନିଶାନ୍ତ ଦୀକ୍ଷିତ,  ନାରୀନେତ୍ରୀ କବିତା ପୁରୋହିତ, ଉଷା ପ୍ରଧାନ, ସଂଗୀତା ସ୍ୱାଇଁ, ସମାଜସେବୀ ନିହାଲ ସିଂ, ଅନିଲ ଗୁପ୍ତା, ଖରାଁଶୁ ଦେବ,ବିଜୟ ସ୍ୱାଇଁ, ରଚିନ୍ଦ୍ର କୁଅଁର, ଲିଙ୍ଗରାଜ ତ୍ରିପାଠୀ, ଦିଲୀପ ଦାଶ, ସୁଧୀର ପାଣିଗ୍ରାହୀ, ଆଶିଷ ମିଶ୍ର,ପ୍ରଦ୍ୟୋତ ଶର୍ମା, ସୌମେନ୍ଦ୍ର ହୋତା,ନିଶିଥ ଆକାଶ, ଶଙ୍କର ପଣ୍ଡା,ଅମିତ ନାଥ, ସମରେନ୍ଦ୍ର ଦାଶ,ସୂବେନ୍ଦୁ ପ୍ରଧାନ, ପ୍ରିୟଦର୍ଶୀ ଅମିତାଭ ସରଙ୍ଗୀ, ସରୋଜ ସାହୁ, ଲିଳିମା ମଲ୍ଲିକ, ମୁନ୍ନି ବେଗମ, ବେବି ବାରିକ,ଗଣେଶ ଜଗଦେଲା, ଶୁଖେଞ୍ଜିତ ମିତ୍ର, ଗୋଲଡେନ ସୁନା, ଅରୁଣ ସିକନ୍ଦର,ବିକାଶ ସେନାପତି,ସୁବର୍ନ ନାୟକ, ଅଙ୍କୁ ଶର୍ମା, ସଇରେନ୍ଦ୍ରି ନାୟକ,  ଅରୁଣ ଶର୍ମା,କୌଶଲ୍ୟା ବେହେରା, ସରସ୍ବତୀ ହରିପାଳ, ଜୟନାରାୟଣ ନାଗ, ବୃନ୍ଦାବନ ବେହେରା,  ଆଇନଜୀବୀ ପ୍ରଫୁଲ୍ଲ ପାଢ଼ୀ,ମାଧବ ବେହେରା, ସୁବ୍ରତ ପଟନାୟକ ପ୍ରମୁଖ   ବିଜେଡି ନେତା ଓ କର୍ମୀ ମାନେ ଏହି ଅବସରରେ   ଉପସ୍ଥିତ ଥିଲେ l 

ତୃତୀୟ ଦିବସରେ ପଥଚଲା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଆୟୋଜିତ ଏହି କେନ୍ଦ୍ରକୁ ପଦ୍ମଶ୍ରୀ ଡ଼. ଜିତେନ୍ଦ୍ରିୟ ହରିପାଳ ଆସି  ସୁଖିଲା ଖାଦ୍ୟ ପ୍ରଦlନ କରି ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ “ଓଡିଶା ମୋ ପରିବାର” ର ଏଭଳି କାର୍ଯ୍ୟକ୍ରମକୁ ଭୁରିଭୁରି ସୀ ପ୍ରଶଂସା କରିଥିଲେ l

Leave A Reply

Your email address will not be published.