ସିନାପାଲି/ନିରାକାର ମେହେର : ମହାମାରୀ କରୋନା କୁ ରୋକିବା ପାଇଁ ସାରା ଦେଶ କୁ ଲକ ଡାଉନ ଘୋଷଣା କରାଯାଇଛି |ଏହି ମହାମାରୀ ର ମୁକାବିଲା ପାଇଁ କରୋନା ଯୋଦ୍ଧା ମାନେ ଲାଗି ପଡିରହିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କାର୍ଯକ୍ରମ ଯଥା କରତାଳି, ଘଣ୍ଟବାଦ୍ୟ, ଦୀପଜଳାଇବା, ପ୍ରଭୁତି ମାଧ୍ୟମରେ କରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରୁଛନ୍ତି !ଏହି ପରିପ୍ରେକ୍ଷୀ ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ର ଜାତୀୟ ସଂଗୀତ ଗାନ କରିବାକୁ ସମସ୍ତ ଙ୍କୁ ନିବେଦନ କରିଛନ୍ତି !ସ୍ଥାନୀୟ ସିନାପାଲି ପଂଚାୟତ ସମିତି ତରଫରୁ ସାମୁହିକ ଉତ୍କଳ ସଂଗୀତ ଗାନ କରାଯାଇଥିଲା | ଏହି ଅବସରରେ ସିନାପାଲି ଗୋଷ୍ଟିଉନ୍ନୟନ ଅଧିକାରୀ ସଦାଶିବ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତଥା କରୋନା ନୋଡାଲ ଅଫିସର ସୂର୍ଯ୍ୟକାନ୍ତ ଭୁଏ, ବିପିଏମ ସୁରେଶ ମଲ୍ଲିକ, କନିଷ୍ଟ ଯନ୍ତ୍ରୀ ମିନାକ୍ଷୀ, ପଂଚାୟତ କାର୍ଯ୍ୟନିର୍ବାହୀଅଧିକାରୀ, ସରପଞ୍ଚ, ଆଇସିଡ଼ିଏମ କର୍ମୀ, ଓଡିଶା ଜୀବିକା ମିଶନ ର ସିଆରପି, ଏମବିକେପ୍ରମୁଖ ଉପସ୍ଥିତ ଥାଇ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ !
Sign in
Sign in
Recover your password.
A password will be e-mailed to you.
Next Post