ଟିଟିଲାଗଡ ,ସଇଁନ୍ତଳା (ଗୌରବ ଦର୍ଜୀ)- ବିଶ୍ବ ରେ ଲକଡାଉନ ଥିବା ବେଳେ ଏଘଡି ସନ୍ଧି ମହୁତ୍ବରେ ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ମୋ ପରିବାର ପ୍ରବାସୀ ପଥ ଚାରି ଶ୍ରମିକ ସହାୟତା କେନ୍ଦ୍ର ଫିତା କାଟି ଉଦଘାଟନ କରିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ବରଗାଁ ଜାତୀୟ ରାଜପଥ ୨୬ ଠାରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଙ୍କ ଦ୍ଵାରା ପ୍ରବାସୀ ପଥଚାରୀ ଶ୍ରମିକ ମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଶୁଖିଲା ଖାଦ୍ୟ ସାମଗ୍ରୀର ବଣ୍ଟନ କରିଥିଲେ। ମନ୍ତ୍ରୀ ଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ ପୁରୋହିତ,ରାଜ କିଶୋର ଡାଙ୍ଗ, ରାଜେଶ ବେହେରା ଓ ଭନ୍ଦ୍ରା ପଞ୍ଚାୟତ ବିଜେଡି କର୍ମି ରୁନ୍ଦ୍ର ବେହେରା,କ୍ଷୀର ରଣା,ରାଜେଶ ଭୋଇ, ,ଡୁଲୁ ସୁନା,ସଇଁନ୍ତଳା ବ୍ଲକ ବିଜେଡି ଯୁବ ସଭାପତି ଭୈରବ ସାହୁ,ହମନ୍ତ ସାହୁ,କଂସର ସମିତି ସଭ୍ୟ କେଶବ ନାଏକ,ଭୀମ ସାହୁ,ତ୍ରିଲକ୍ଷ ସାହୁ ,ରଞ୍ଜନ ବେହେରା, ବିଜେଡି ଛାତ୍ର ସମ୍ପାଦକ ଆଲୋକ ବୁଡେକ,ପ୍ରମୁଖ ବିଜୁ ଯୁବ ବାହିନୀ ସଦସ୍ୟ ମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post