ତଲାବିରା-ଏନଏଲସି କମ୍ପାନିର ୨ଏବଂ ୩ କୋଇଲା ଖଣି କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳିପାରୁନି କ୍ଷତିପୂରଣ !

0

  ସମ୍ବଲପୁର/ରେଙ୍ଗାଲି,   (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ  ତଲାବିରା-ଏନଏଲସି କମ୍ପାନିର ୨ଏବଂ ୩ କୋଇଲା ଖଣି କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହୋଇଥିବା ପରିବାରଙ୍କୁ କ୍ଷତିପୂରଣ ଏ ପର୍ଯନ୍ତ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି l ତ୍ରିପାକ୍ଷିକ ବୈଠକରେ କମ୍ପାନି ପକ୍ଷରୁ ଦିଆଯାଇଥିବା ପ୍ରତିଶୁତି ଏ ପର୍ଯ୍ୟନ୍ତ  ପୂରଣ ହୋଇ ନଥିବାରୁ ଖଣି ଖନନ ବନ୍ଦ କରି ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି l  ଆସନ୍ତା ୧୦ ତାରିଖ ସୁଦ୍ଧା ତ୍ରିପାକ୍ଷିକ ବୈଠକରେ ସମସ୍ୟାର ସମାଧାନ କରିବାକୁ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ପୂର୍ବରୁ ସମ୍ବଲପୁର ତପସ୍ୱିନୀ ହଲ୍‌ରେ ଜିଲାପାଳ, ଡିଆଇଜି ଏସ୍ପି ଏବଂ କମ୍ପାନିର ବରିଷ୍ଠ ଅଧିକାରୀ ତଥା କ୍ଷତିଗ୍ରସ୍ତ ବିସ୍ଥାପିତଙ୍କ ପ୍ରତିନିଧି ମଧ୍ୟରେ ତ୍ରିପାକ୍ଷିକ ବୈଠକ ବସିଥିଲା। କୋଇଲା ଖଣି ଯୋଗୁଁ  କ୍ଷତିଗ୍ରସ୍ତ ହୋଇଥିବାପରିବାର ମଧ୍ୟରୁ ଯେଉଁମାନେ ଜମିର କ୍ଷତିପୂରର୍ଣ ନେଇ ସାରି ଲେଣି ସେମାନଙ୍କୁ ମାସିକ ୩୫୦୦ ଟଙ୍କା ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା l  ଏଯାଏ ବୈଠକର କୌଣସି ନିଷ୍ପତ୍ତି ବିସ୍ଥାପିତଙ୍କ ସପକ୍ଷରେ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ କରାଯାଇଛି। ଏପର୍ଯ୍ୟନ୍ତ ବିସ୍ଥାପିତ ପରିବାରର ତାଳିକା ପ୍ରକାଶ କରାଯାଇନାହିଁ। ଗଛ ଏବଂ ଘରର କ୍ଷତିପୂରଣ ଦେବାରେ କମ୍ପାନି ପଛଘୁଞ୍ଚା ଦେଉଛି l କୋଇଲା ଖଣି ଯୋଗଁ ଏହି ଅଞ୍ଚଳବାସୀ ଜମି ହରାଇ ଦୃତିୟ ଥର ପାଇଁ ବିସ୍ଥାପିତ ହେଉଥିବା ବେଳେ ଥଇଥାନ ଦିଗରେ ପଦକ୍ଷେପ ନିଆଯାଉନାହିଁ l ଏ ସଂକ୍ରାନ୍ତରେ ରେଙ୍ଗାଲି ତହସିଲଦାର ପତ୍ରସଂଖ୍ୟା୧୯୪୨/୩୦/୭/୨୦୧୯ରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାର ପ୍ରାୟ ବର୍ଷେ ପରେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ କିମ୍ବା କିସମ ପରିବର୍ତ୍ତନ କରିଥିବା ପ୍ରଜାଙ୍କୁ କମ୍ପାନି ପ୍ରତାରଣା କରୁଥିବା  ଗ୍ରାମର ଭଗତ ଭୋଇ, ଗଣ ବୁଧିଆ, ଟିଙ୍କୁ ଶତପଥୀ, ମନବୋଧ ବିଶ୍ୱାଲ, ବାବୁଲୁ ରାଉତ, ଗୋପାଳ ପୁରୋହିତ, ପଦ୍ମନ ରାଉତ, ବାସଦେୁବ ବୁଧିଆ, ସୁବଳ ପ୍ରଧାନ, ଭୁବନ ପ୍ରଧାନ, ଭୀମ ପ୍ରଧାନ,ପୂର୍ଣଚନ୍ଦ୍ର ମେହେର,ଅରକ୍ଷିତ ସେଠ, କୈଳାସ ରାଉତ, କୁନାଳ ରାଉତ ପ୍ରମୁଖ ଦସ୍ତଖତ ସମ୍ବିଲିତ ଦାବିପତ୍ର ପ୍ରଦାନ କରାଯାଇଛି l

Leave A Reply

Your email address will not be published.