ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ -କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ରେ ରହୁଥିବା ପ୍ରବାସୀ ଓଡିଆ ମାନେ ‘ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଏହି କେନ୍ଦ୍ରରେ ରହୁଥିବା ୩୮ଜଣ ପ୍ରବାସୀ ସାମାଜିକ ଦୂରତ୍ୱ ତଥା ମୁହଁରେ ମାସ୍କ ପିନ୍ଧି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ ୫.୩୦ ରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ପଞ୍ଚାୟତ ଅଧିକାରୀ ପରମାନନ୍ଦ ପ୍ରଧାନ , ସ୍ଥାନୀୟ ସରପଞ୍ଚ ନଳିନୀ ଦେହୁରୀ , ସମିତି ସଭ୍ୟ ଧର୍ମେନ୍ଦ୍ର କଆଁର, ପଞ୍ଚାୟତ କାର୍ଯ୍ୟାଳୟର କର୍ମଚାରୀ ପ୍ରତିକ୍ କୁମାର ଗଡତ୍ୟା, ଓ୍ୱାଡ ମେମ୍ବର ଜ୍ଞାନ ରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.