ବ୍ଲକ ସ୍ତରୀୟ କୋଭିଡ-୧୯ ସଚେତନତା ତାଲିମ

0

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ସ୍ତରୀୟ କୋଭିଡ-୧୯ ସଚେତନତା ତାଲିମ ଶିବିର ମଇ ୨୮ ତାରିଖ ଦିନ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ମାଷ୍ଟର ଟ୍ରେନର ଭାବେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱାଳ, ବିଇଓ ରସାନନ୍ଦ କର, ସିଡିପିଓ ରଞ୍ଜିତା ତ୍ରିପାଠୀ ଓ ଶିକ୍ଷକ ରଶ୍ମି ରଞ୍ଜନ ଅଟ ଯୋଗଦେଇଥିଲେ। ଏହି ଚାରିଜଣ ମାଷ୍ଟର ଟ୍ରେନର ବୁଗୁଡା ବ୍ଲକର ମହିଳା ସ୍ୱାସ୍ଥ୍ୟ କର୍ମୀ ବୃନ୍ଦ, ଅଙ୍ଗନବାଡି ସୁପରଭାଇଜର ବୃନ୍ଦ ଏବଂ ଶିକ୍ଷା ବିଭାଗର ୧୨ ଜଣ ଶିକ୍ଷକ ବିଶ୍ବେମ୍ବର ଗିରି, ସତ୍ୟବାନ ତରେଇ, ଅମେରଶ ପ୍ରଧାନ, ହରେ କୃଷ୍ଣ ପ୍ରଧାନ, ସନ୍ତୋଷ କୁମାର ସେଠୀ, ନିରଞ୍ଜନ ଗୌଡ଼, ରବୀନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ଗନ୍ତାୟତ, ଦଣ୍ଡପାଣି ମିଶ୍ର, ବେଦବ୍ୟାସ ଷଡ଼ଙ୍ଗୀ, ସୀତାରାମ ତ୍ରିପାଠୀ ଓ ଡ଼ି.ସତ୍ୟ ନାରାୟଣ ଦୋରା ପ୍ରମୁଖଙ୍କୁ କୋଭିଡ-୧୯ ପାଇଁ କିପରି ସଚେତନତା  କରାଯିବ ସେହି ବିଷୟରେ ତାଲିମ ପ୍ରଦାନ କରିଥିଲେ। ଯେଉଁ ମହିଳା ସ୍ୱାସ୍ଥ୍ୟ କର୍ମୀ, ୧୨ ଜଣ ଶିକ୍ଷକ ଓ ଅଙ୍ଗନବାଡି ସୁପରଭାଇଜର ବୃନ୍ଦ ଆଜି ତାଲିମ ପାଇଲେ ସେମାନେ, ବୁଗୁଡା ବ୍ଲକର ୨୧ ପଞ୍ଚାୟତରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟ କରିବେ। ଯେଉଁ ବ୍ୟକ୍ତିମାନେ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ନିଜ ଘରକୁ ଫେରିବା ପରେ କିପରି ନିଜ ଘରେ ସଙ୍ଗରୋଧରେ ରହିବେ  ସେହି ବିଷୟରେ ବୁଝାଇବେ। ତାଲିମ ଆରମ୍ଭ ସମୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ବୃନ୍ଦ ବୁଗୁଡା ଆସି ଏହି ତାଲିମ କିପରି ଚାଲିଛି ଅନୁଧ୍ୟାନ କରି ଯାଇଥିଲେ।

Leave A Reply

Your email address will not be published.