ଝାଂଜି ଖରାରେ ଛାଡିଦେଇଗଲା ଗାଡି : ପ୍ରବାସୀ ଶ୍ରମିକଙ୍କୁ ଗାଡିରେ ଆଣି  କ୍ଵାରେଣ୍ଟାଇନରେ ରଖିଲା ପ୍ରଶାସନ ।

0

ଝାଂଜି ଖରାରେ ଛାଡିଦେଇଗଲା ଗାଡି , ଚାଲି ଚାଲି ଆସୁଥିଲେ

ଝାରବନ୍ଧ/ମନୋହର ଦାଶ: ଲକଡାଉନ ଯୋଗୁଁ ଦେଶ ବିଦେଶରେ କାମ ଧନ୍ଦା ଅନ୍ୱେଷଣ ରେ ଯାଇ ଫସି ରହି ଥିବା ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ରାଜ୍ୟ କୁ ସରକାରୀ କିମ୍ବା ବେସରକାରୀ ଭାବେ ଫେରିବାରେ ଲାଗିଛନ୍ତି ।

ତେଲେଙ୍ଗାନା ରୁ ୧୩ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ କୁ ନେଇ ଆସୁଥିବା ଏକ ବସ CG06M 0583 ଓଡ଼ିଶା ଛତିଶଗଡ ସୀମାନ୍ତ ପ୍ରବେଶ ପଥ ଚିରାଲ ନାଲା ଠାରେ ଗତ କାଲି ଅପରାହ୍ନରେ ଝାଂଜି ଖରାରେ ବସ ରୁ ଓହ୍ଲାଇ ଛାଡି ଦେଇ ପଲାଇଥିଲା । ସମସ୍ତ 13ଜଣ ପ୍ରବାସୀ ଶ୍ରମିକ ଖରାରେ ଚାଲି ଚାଲି ଆସୁଥିବା ଦେଖି କାର୍ଯ୍ୟ ରତ ଜଗଦଲପୁର ଥାନାର ପୋଲିସ କର୍ମଚାରୀ କୋଦଣ୍ଡ ପ୍ରଧାନ ଅଟକାଇ ଥଣ୍ଡା ପାଣି ର ବ୍ୟବସ୍ତା କରି ଥିଲେ । ସଙ୍ଗେ ସଙ୍ଗେ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତ ବାର୍ଲାଙ୍କୁ ଜଣାଇଥିଲେ । ଏ ଖବର ପାଇବା ମାତ୍ରେ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ବାର୍ଲା ସଙ୍ଗେ ତତ୍ପରତାର ସହ  ଝାରବନ୍ଧ ବ୍ଲକ ପ୍ରସାଶନକୁ ଜଣାଇଥିଲେ । ଏହିମାନଙ୍କ ମଧ୍ୟରୁ ଝାରବନ୍ଧ ପଞ୍ଚ।ୟତ ତୁର୍ଲ। ଗ୍ରାମର ୬ଜଣ । ଅମଠି ପଞ୍ଚ।ୟତ ଟୁହୁଙ୍ଗିଦାଦର ଗ୍ରାମ ର ୩ଜଣ ,ମଣ୍ଡିଆଡ଼ିପା ପଞ୍ଚାୟତ ଚୁହାପାଲି ଗ୍ରାମର ୪ଜଣ । ଥାନାଧୀକାରିଣୀ ଶ୍ରୀମତୀ ବାର୍ଲାଙ୍କ ଠାରୁ ଝାରବନ୍ଧ ବିଡ଼ିଓ ରୁନୁ ଖବର ପାଇବା ପରେ ତୁରନ୍ତ ଏକ ଗାଡିର ବ୍ୟବସ୍ଥା କରି ଏମାନଙ୍କୁ ସେଠାରୁ ନେବାର ବ୍ୟବସ୍ଥା କରାଇଥିଲେ। ସେମାନଙ୍କୁ ସେଠାରେ ଥିବା କ୍ୱାରାନଟାଇନରେ ରଖିବା ପାଇଁ ଶ୍ରୀ ଲାକ୍ରା ନିର୍ଦେଶ ଦେଇଥିଲେ । ପଞ୍ଚାୟତରେ ଥିବା କ୍ୱାରାନଟାଇନ ସେଣ୍ଟରରେ ରଖା ଯାଇଛି ।

Leave A Reply

Your email address will not be published.