ବାରିପଦା(ଦିଲ୍ଲୀପ ମହାନ୍ତି)- ଦ୍ୱାରଶୁଣି ଘାଟିରେ ସଡକ ଦୁର୍ଘଟଣା ଥମିବାର ନାମ ନେଉନି। ମୟୂରଭଞ୍ଜ ଜିଲ୍ଲାର ୪୯ ନଂ ଜାତୀୟ ରାଜପଥରେ ଅବସ୍ଥିତ ଦ୍ୱାରଶୁଣି ଘାଟିରେ ଘଟିଯାଇଛି ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାରି ଗୁରୁତ୍ତର, ଚାରି ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ଏକ ସ୍ୱିଫ୍ଟ କାର ମୁମ୍ବାଇରୁ ପଶ୍ଚିମବଙ୍ଗର ମେଦନିପୁର ଅଭିମୁଖେ ଯାଉଥିଲା ବେଳେ ଘାଟିରେ ଏକ ଅଟୋ ସହିତ ଧକ୍କା ହେଇଥିଲା। ଅଟୋଟି ବାଙ୍ଗିରିପୋଷିରୁ ବିଶୋଇ ଅଞ୍ଚଳର ନୁଆଡ଼ିହିକୁ ଚାରି ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା।ଅଟୋ ଚାଳକ ସହ ଅଟୋରେ ଥିବା ଆଉ ତିନିଜଣ ଗୁରୁତ୍ତର ଆହତ ହେଇଛନ୍ତି। ଆହତ ମାନେ ହେଲେ ବିଜୟ ଗିରି, ସଞ୍ଜୟ ଗିରି, ଅପରାଜିତା ଗିରି। କିନ୍ତୁ ଅଟୋରେ ଥିବା ଏକ ଚାରି ବର୍ଷର ଶିଶୁଟି ଅଳ୍ପକେ ବର୍ତ୍ତି ଯାଇଛି। ସେହିପରି କାରରେ ଥିବା ଚାରିଜଣ ମଧ୍ୟ ଗୁରୁତର ଆହତ ହେଇଥିବାର ସୂଚନା ରହିଛି। ଖବରପାଇ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତ୍ତରଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତ୍ତର ଆହତମାନଙ୍କୁ ବାରିପଦା ସ୍ଥିତ ପିଆରଏମ ସରକାରୀ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post