ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ୟୁଥ ପକ୍ଷରୁ ସବୁ ବୟସର ଲୋକଙ୍କ ପାଇଁ ବିଭିନ୍ନ ଅନଲାଇନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ସବୁ ବିଭାଗରେ ପ୍ରତିଯୋଗୀ ମନେ ଅନଲାଇନ ଅଂଶଗ୍ରହଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ ରୁ ୩୦ ପର୍ଯ୍ୟନ୍ତ “ଟପ ଟେନ” ରେ ଚୟନ ହେଇଥିବା ପ୍ରତିଯୋଗୀ ଙ୍କ ମଧ୍ୟରେ ହୋଇଥିଲା ମୁକାବିଲା । ଅନଲାଇନ ମାଧ୍ୟମରେ ଲୋକଙ୍କ ଦ୍ୱାରା ଲାଇକ କମେଣ୍ଟ ଦ୍ୱାରା ସର୍ବାଧିକ ପ୍ରସଂଶା ପାଇଥିବା ପ୍ରତିଯୋଗିଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ବରଗଡ଼ ସାଂସଦ ସୁରେଶ ପୂଜାରୀ ଙ୍କ ଗୋବିନ୍ଦତୋଲା ସ୍ଥିତ କାର୍ଯ୍ୟାଳୟ ରେ ଛୋଟିଆ, ନିରାଡ଼ମ୍ବର ଓ ସାମାଜିକ ଦୂରତା ରକ୍ଷା କରି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ରେ ସଫଳତାର ସହିତ କୃତିତ୍ୱ ଲାଭ କରିଥିବା କୃତି ପ୍ରତିଯୋଗୀ ଙ୍କୁ ସାଂସଦ ଶ୍ରୀ ପୂଜାରୀ ଟ୍ରଫି ଇ ଉପହାର ଦେଇ ପୁରସ୍କୃତ କରିଥିଲେ । ସମ୍ବଲପୁର ୟୁଥ ର ସଂଯୋଜକ ରିକନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ୟୁଥର ସାଂସ୍କୃତିକ ପରିଚାଳକ ପରିଚାଳକ ମାଷ୍ଟର ପ୍ରେମ, ପ୍ରତିଯୋଗିତାର ପରିଚାଳକ ରିକି ବେହେରା, ଗଣମାଧ୍ୟମ ପରିଚାଳକ ମାନସ ରଞ୍ଜନ ବକ୍ସି, ସମ୍ବଲପୁର ୟୁଥର ସକ୍ରିୟ ସଦସ୍ୟଗଣ ବିକାଶ ଭୋଇ, ସ୍ୱାଗତ ପାଢ଼ୀ, ରାଜା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post