ହାତୀ ଆକ୍ରମଣରେ ବୃଦ୍ଧା ମୃତ

0

ବାରିପଦାରୁ ଦିଲ୍ଲୀପ ମହାନ୍ତି – ହାତୀ ମଣିଷ ଲଢ଼ାଇ ଚାଲିଛି । କେତେବେଳେ ହାତୀର ଦାନ୍ତ ନିମନ୍ତେ କେତେକ ଅସାଧୁ ଶିକାରୀଙ୍କ କବଳରେ ପଡ଼ି ହାତୀର ମୃତ୍ୟୁ  ହେଉଥିବା ବେଳେ ପୁଣି କେତେବେଳେ ହାତୀ ସମ୍ମୁଖକୁ ମଣିଷ ଆସିଯିବା କାରଣରୁ ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ଘଟୁଛି । ଏହି ହାତୀ ଓ ମଣିଷ ଲଢ଼ାଇ ମଧ୍ୟରେ ଆଜି ପୁଣି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତଥା ଶାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ଗ୍ରାମର ସ୍ୱର୍ଗତ ନାଥ ସିଂଙ୍କ ସ୍ତ୍ରୀ ରଥ ମଣି ସିଂ(୬୩) ଅପ୍ରେଲ ୨୭ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢେ଼ ଆଠଟା ସମୟରେ ଡ଼ୁକୁରା ରେଞ୍ଜର ଡ଼ିଗିଡ଼ିଗା ସେକସନରେ ଥିବା କାକରପାଣି ଜଙ୍ଗଲକୁ ପତ୍ର ଗୋଟାଇବାକୁ ଯାଇଥିବା ସମୟରେ ହଠାତ୍ ଜଙ୍ଗଲ ମଧ୍ୟରେ ରହିଥିବା ହାତୀ ସମ୍ମୁଖରେ ପଡ଼ିଯିବାରୁ ହାତୀ ବୃଦ୍ଧାକୁ ନିଜର ଶତ୍ରୁ ଭାବି ଆକ୍ରମଣ କରିଥିଲା । ଏଥିରେ ବୃଦ୍ଧା ରଥ ମଣି ସିଂଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । 

Leave A Reply

Your email address will not be published.