ବଲାଙ୍ଗୀର , ଟିଟିଲାଗଡ଼ (ଗୌରବ ଦର୍ଜୀ): କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ଳୋକଙ୍କ ପାଇଁ ବିଭିନ୍ନ ଗୁଡିଏ ଯୋଜନା କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳର କେତୋଟି ଗ୍ରାମ ପଞ୍ଚାୟତରେ ଏ ପର୍ଯ୍ୟନ୍ତ ଡାଲି ବଣ୍ଟନହୋଇ ନାହିଁ। ତେଣୁ ସଇଁନ୍ତଳା ଅଞ୍ଚଳର ସମାଜସେବୀ ଶ୍ରୀ ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ବରେ ସଇଁନ୍ତଳା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ଠାକୁର ଙ୍କ କହିବା ଅନୁସାରେ ଉଚିତ ସମୟରେ ସମସ୍ତ ହିତାଧିକାରୀ ଙ୍କୁ ଡାଲି ନ ମିଳିଲେ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଠାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏପଟେ ବିଡ଼ିଓଙ୍କ କହିବା ଅନୁସାରେ ସଇନ୍ତଳା ବ୍ଳକର ଅଧିକାଂଶ ପଞ୍ଚାୟତ ଗୁଡିକରେ ଡାଲି ବଣ୍ଟନ ଆରମ୍ଭ ହୋଇଗଲାଣି। ଖୁବ୍ ଶୀଘ୍ର ସମସ୍ତ ପଞ୍ଚାୟତରେ ବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.