ଡିପିସି ଥିବା ପୂର୍ବତନ ଉପଜିଲ୍ଲାପାଳଙ୍କୁ  ଓ ପ୍ରୋଗ୍ରାମ ଅଫିସରଙ୍କୁ  ଜେଲ ଆଉ ଜରିମାନା 

0

ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗରେ ଦୁର୍ନୀତି 

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୧ରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଦାୟିତ୍ୱରେ ଥିବା ତତ୍କାଳୀନ  ବାରିପଦା ଉପଜିଲ୍ଲାପାଳ ବଂଶୀଧର ନାୟକଙ୍କ ସହିତ ସେହିସମୟରେ ବିଭାଗରେ କମ୍ପ୍ୟୁଟର  ପ୍ରୋଗ୍ରାମର ଦାୟିତ୍ୱରେ ରହିଥିବା ସରୋଜ କୁମାର ବେହେରା ଠିକାଦାର ରଞ୍ଜିତ ଦାସଙ୍କୁ ଆଜି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଦୋଷୀ ସାବ୍ୟସ୍ତ କରାଇଛନ୍ତି ।  ଭାରତୀୟ ଦୁର୍ନୀତି ନିରୋଧ ଆଇନ ଧାରା 13(ii), 4/w, 13(i)(c)(d)  ଅନୁସାରେ ମୟୂରଭଞ୍ଜ ସର୍ବଶିକ୍ଷା ଅଭିଯାନର ତତ୍କାଳୀନ ଡ଼ିପିସି ବଂଶୀଧର ନାୟକ ଓ କମ୍ପ୍ୟୁଟର ପ୍ରୋଗ୍ରାମର ସରୋଜ କୁମାର ବେହେରା ପ୍ରତ୍ୟେକଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ, ୫୦ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଥିବା ବେଳେ ଠିକାଦାର ରଞ୍ଜିତ ଦାସଙ୍କୁ 420,120(B)  ରେ ଦୋଷୀ ସାବ୍ୟସ୍ତ କରାଇ ଏକ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଦେଢ଼ ଲକ୍ଷ ଟଙ୍କା ଜୋରିମାନା ଓ ଏହା ଅନାଦେୟ ହେଲେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୧ରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବଶିକ୍ଷା ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୩୩ଟି ବିଦ୍ୟାଳୟକୁ ବିଦ୍ୟୁତ  ସଂଯୋଗ ନିମନ୍ତେ ୩,୨୯,୨୯୬ ଟାଙ୍କା ବ୍ୟୟ ଅଟକଳ କରାଯାଇ ରଞ୍ଜିତ ଦାସଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା ; ମାତ୍ର ବିଦ୍ୟାଳୟଗୁଡ଼ିକୁ ଉକ୍ତ ବିଦ୍ୟୁତ କାର୍ଯ୍ୟରେ ଅନିୟମିତତାକୁ ନେଇ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ଗଣେଶ୍ୱର ସେଠୀଙ୍କ ନିକଟରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ଏହା ଉପରେ ଖୋଳତାଡ଼ କରି ଅନିୟମିତତାର ପ୍ରମାଣ ପାଇବା ପରେ ଏହାକୁ ନେଇ ଭିଜିଲାନ୍ସରେ କେଶ ନଂ ୨୦/୨୪.୧୧.୨୦୧୧ରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ମାମଲାରେ ରହିଥିବା ସମସ୍ତ ସାକ୍ଷୀମାନଙ୍କର ବୟାନ ଓ ପ୍ରମାଣପତ୍ରକୁ ଭିତ୍ତି କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ମୟୂରଭଞ୍ଜ ସର୍ବଶିକ୍ଷା ଅଭିଯାନର ତକ୍ରାଳୀନ ଡ଼ିପିସି ଦାୟିତ୍ୱରେ ରହିଥିବା ବାରିପଦା ଉପଜିଲ୍ଲାପାଳ ବଂଶୀଧର ନାୟକ , କମ୍ପ୍ୟୁଟର ପ୍ରୋଗ୍ରାମର ସରୋଜ କୁମାର ବେହେରା ଓ ଠିକାଦାର ରଞ୍ଜିତ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ପିପି କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ପୂର୍ବରୁ ଅନ୍ୟ ଏକ ମାମଲାରେ ମଧ୍ୟ ମୟୂରଭଞ୍ଜ ସର୍ବଶିକ୍ଷା ଅଭିଯାନର ଡ଼ିପିସି ଦାୟିତ୍ୱରେ ରହିଥିବା ବାରିପଦା ଉପଜିଲ୍ଲାପାଳ ବଂଶୀଧର ନାୟକ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି ।

 

Leave A Reply

Your email address will not be published.