ଚାନ୍ଦମାରେ ଜଳଛତ୍ର

0

 à¬šà¬¾à¬¨à­à¬¦à¬®à¬¾à¬°à­‡ ଜଳଛତ୍ର

ବ୍ୟାସନଗର(ବିଶ୍ୱଜିତ ମାଝୀ) : ସ୍ଥାନୀୟ ଚାନ୍ଦମାର ମା’ ହିଙ୍ଗୁଳା ଶ୍ରଦ୍ଧାଳୁଙ୍କ ପକ୍ଷରୁ ୨୧୫ ନଂ ଜାତୀୟ ରାଜପଥସ୍ଥିତ ହୋତା ମାର୍କେଟ କମ୍ପେ୍ଲକ୍ସଠାରେ ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତିଠାରୁ ଜଳଛତ୍ର କାର୍ଯ୍ୟକ୍ରମ ଚାଲୁରହିଛି । ଯାଜପୁରରୋଡ୍ ଥାନା ଅଧିକାରୀ ଅମିତାଭ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ ବ୍ୟାସନଗର ନାଗରିକ କମିଟିର ସଦସ୍ୟ ଅଲେଖ ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜସେବୀ ତଥା ଦଧିଚି ସମ୍ମାନପ୍ରାପ୍ତ ସାମ୍ବାଦିକ ସୁରେଶ କୁମାର ହୋତାଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମଟି ସଂଚାଳିତ ହେଉଛି । ଆର ଆର କାବଲର ଏରିଆ ସେଲ୍ସ ମ୍ୟାନେଜର ଅଭୟାନନ୍ଦ ହୋତାଙ୍କ ଆର୍ଥିକ  ପ୍ରୋତ୍ସାହନ ଶ୍ରଦ୍ଧାଳୁ ତଥା ସ୍ୱେଚ୍ଛାସେବୀମାନଙ୍କ ମନୋବଳକୁ ଦ୍ୱିଗୁଣିତ କରିଛି । ପଥଚାରୀଙ୍କ ସମେତ ଗୋ’ସମ୍ପଦ ପାଇଁ ଏଠାରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସମୟରେ ବହୁ ବ୍ୟକ୍ତିବିଶେଷ ଜଳଛତ୍ର କେନ୍ଦ୍ରକୁ ଯାଇ ସ୍ୱେଚ୍ଛାସେବୀମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । କୋରାଇ ଥାନାର ପୂର୍ବତନ ଅଧିକାରୀ ବିଷ୍ଣୁଚରଣ ପଣ୍ଡା, ଶ୍ରମିକନେତା ବିଦ୍ୟାଧର ମହାନ୍ତି, ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀ ଏଥିରେ ସାମିଲ ହୋଇଥିବାବେଳେ କ୍ରୀଡ଼ା ଭାରତୀର ପ୍ରାନ୍ତୀୟ ମନ୍ତ୍ରୀ ଜ୍ଞାନରଞ୍ଜନ ରାଉତ, ବିଜ୍ଞାନ ଦାସ, ଶିବପ୍ରସାଦ ଆଏଚ, ବିଶ୍ୱଜିତ୍ ପଣ୍ଡା,  ହରିଶ ବିଶ୍ୱାଳ, ରାଜକିଶୋର ହୋତାଙ୍କ ସମେତ ସାଇ ବାଳବିକାଶ କେନ୍ଦ୍ରର ପିଲାମାନେ ଯୋଗଦେଇ ଜଳ ବଣ୍ଟନରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ଗୋ’ ଜଳଛତ୍ର କାର୍ଯ୍ୟକ୍ରମ ଏବଂ ଗୋ’ ସେବା କାର୍ଯ୍ୟକ୍ରମ ୧୫ ବର୍ଷ ଧରି ସମାଜସେବୀ ଶ୍ରୀ ହୋତାଙ୍କ ଦ୍ୱାରା ଚାଲୁରହିଛି । ଚଳିତ ଜଳଛତ୍ର କାର୍ଯ୍ୟକ୍ରମ ୨ ମାସ ଧରି ଚାଲିବ ବୋଲି ଆବାହକ ଶ୍ରୀ ହୋତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.