ଝାରବନ୍ଧ ଅଞ୍ଚଳର ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ଜଟାଧାରୀ ଓ ଜୟଜବାନ କ୍ଳବର ଯୁବଗୋଷ୍ଠୀ ।

0 1

ପଦ୍ମପୁର-କରୋନା ଭୂତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି। ଏହି ଦୟନୀୟ ଅବସ୍ଥାରେ ଅସହାୟ,ଦିନ ମଜୁରିଆ ତଥା ଦିବ୍ୟାଙ୍ଗ ମାନଙ୍କ ପାଇଁ ବିପଦର ବନ୍ଧୁ ସାଜିଛନ୍ତି  ଜୟ ଜବାନ କ୍ଳବ ଓ ଜଟାଧାରୀ କ୍ଳବର ଯୁବଗୋଷ୍ଠୀ ।ଦୀର୍ଘ ଦିନ ହେଲା ଏହି ଯୁବଗୋଷ୍ଠୀ ପଦ୍ମପୁରର ଉପଖଣ୍ଡର ବିଭିନ୍ନ ପଞ୍ଚାୟତର ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି  । ଆଜି ୧୮ ତମ ଦିନରେ ଏହି ଯୁବଗୋଷ୍ଠୀ ଝାରବନ୍ଧ ବ୍ଳକ ଝାରବନ୍ଧ ପଞ୍ଚାୟତର ଝାରବନ୍ଧ, ଶକ୍ତି, କୋତନା,ତୁରଲା,ଶାଖାଡୁଙ୍ଗୁରୀ, ସିନ୍ଧୁଢିପା ଓ କନ୍ଦାଡ଼ଙ୍ଗର ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଦାଡ଼ଙ୍ଗର, ବଣ୍ଡାମୁଣ୍ଡା,ବିଜାଢୋଲ,ଡୁଡୁକିଦାଦର,କୁସମଦର୍ହା ଗ୍ରାମ ଗୁଡିକର ପ୍ରାୟ ତିନିଶହରୁ ଅଧିକ ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଝାରବନ୍ଧ ବିଡ଼ିଓ ଶ୍ରୀଯୁକ୍ତ ରୁନୁ ଲାକ୍ରା,ଝାରବନ୍ଧ ବ୍ଳକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ଓ କନ୍ଦାଡ଼ଙ୍ଗର ସରପଞ୍ଚ ନିଲାକାର ପଟେଲ ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ ।ଶୁଖିଲା ଖାଦ୍ୟରେ ଚାଉଳ,ଡାଲି,ଚିନି,ଚା,ସୁଜି,ଚୁଡା,ବିସ୍କୁଟ ଓ ଲୁଣ ଦିଆଯାଇଛି । ଯୁବଗୋଷ୍ଠୀଙ୍କ ଏହି ଶୁଖିଲା ଖାଦ୍ୟ ଅସହାୟ ମାନଙ୍କ ପାଇଁ ସହାୟକ ହେବ ବୋଲି  ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି । ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଜଟାଧାରୀ କ୍ଳବ ଟାଳର ଧିରେନ ବିଶ୍ବାଳଙ୍କ ନେତୄତ୍ବରେ ସଞ୍ଜୟ ବଢେଇ,ଡ଼ମ୍ବରୁଧର ପ୍ରଧାନ, ଚତୃ ଭୋଇ, ଅଶ୍ବିନୀ ସାହୁ, ମୁକେଶ ବେରିଆ,ଆନନ୍ଦ ପ୍ରଧାନ, ଦେବାଶିଷ ପ୍ରଧାନ, ଶାନ୍ତନୁ ବଢେଇ, ସୁମନ୍ତ ପ୍ରଧାନ, ଚିନ୍ତାମଣି ପ୍ରଧାନ, ଜ୍ୟୋତିକାନ୍ତ ସାହୁ,ନିଳମଣି ସାହୁ,ନାରାୟଣ ସାହୁ ଓ ଜୟ ଜବାନ କ୍ଳବ ଦୀପ୍ତୀପୁରର ଦୀପ୍ତିକାନ୍ତ ମୁଖିଙ୍କ ନେତୄତ୍ବରେ ରୋଶନ ପାଣିଗ୍ରାହୀ,ବିନୟ ସାହୁ,ପ୍ରେମାନନ୍ଦ ବାରିକ, ଚେତନ ଜେନ,ସୁନିଲ ସାହୁ, ସୁଶିଲ ସାହୁ,ଚନ୍ଦନ ସାହୁ, ରଜତ ସାହୁ, ହାର୍ଷିଦ ଗୋୟଲ,କୁନା ବାରିକ, କଂଗ୍ରେସ ସାହୁ,ଅନିଲ ସାହୁ, ବଣ୍ଟି ଅଗ୍ରୱାଲ, ବବୁଲୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.