ଆନ୍ଧ୍ରପ୍ରଦେଶରୁ ଟିଟିଲାଗଡରେ ଆସି ପହଁଚିଲା ଦ୍ବିତୀୟ ଓଡ଼ିଆ ପ୍ରବାସୀ ଟ୍ରେନ।

0 3

ଆସିଥିବା ୧୨୦୯ ଓଡ଼ିଆ ପ୍ରବାସୀଙ୍କ ମଧ୍ୟରୁ ୫୬୦ ଜଣ କେବଳ ନୂଆପଡ଼ା ଜିଲ୍ଲାର

ଟିଟିଲାଗଡ (ଗୌରବ ଦର୍ଜୀ): Covid-19 କୁ ଦେଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଶା ଆଣିବା ପାଇଁ ନେଇଛନ୍ତି ପଦକ୍ଷେପ। ଗତକାଲି ଓଡ଼ିଆ ୧୨୦୦ ଓଡ଼ିଆ ପ୍ରବାସୀଙ୍କୁ ନେଇ ମହାରାଷ୍ଟ୍ରରୁ ଆସିଥିଲା ଟ୍ରେନ । ଏ ନେଇ ଟିଟିଲାଗଡରେ ପୋଲିସ ଛାଉଣୀ ଦେଖିବାକୁ ମିଳିଥିଲା।  ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ବସ୍ ଯୋଗେ ପଠାଇଛନ୍ତି ବଲାଙ୍ଗୀର ପ୍ରଶାସନ । ଆଜି ମଧ୍ୟ ଆସି ପହଁଚିଛି ଆନ୍ଧ୍ରପ୍ରଦେଶ ରୁ ୧୨୦୯ ଜଣ  ଓଡ଼ିଆ ପ୍ରବାସୀଙ୍କ ନେଇ। ଏଥିପାଇଁ ଆଜି ଦିନ ୧୨ ଘଣ୍ଟାରୁ ରାତି ୧୨ ଘଣ୍ଟା ପର୍ଯ୍ୟନ୍ତ  କର୍ଫ୍ୟୁ ଜାରି କରା ଯାଇଛି। ୧୨୦୯ ଓଡ଼ିଆ ପ୍ରବାସୀଙ୍କ ମଧ୍ୟରୁ ୫୬୦ ଜଣ କେବଳ ନୂଆପଡ଼ା ଜିଲ୍ଲାର। ସେମାନଙ୍କ ମଧ୍ୟରୁ ଅନେକ ମହିଳା ଓ ଛୋଟ ଛୋଟ ଶିଶୁ ମଧ୍ୟ ଥିଲେ। ଲୋକଙ୍କ ମୁଁହ ରେ ମାଷ୍କ ମଧ୍ୟ ନଥିଲା। ସାମାଜିକ ଦୂରତା ଦେଖିବାକୁ ମିଳି ନଥିଲା। ସେମାନଙ୍କୁ ପୋଲିସ ପ୍ରଶାସନ ଦ୍ଵାରା ଖାଇବା ଦିଆଯିବ ସହିତ ତାଙ୍କୁ ଥର୍ମାଲ ସ୍କାନ୍ କରାଯାଇଥିଲା।  ତାଙ୍କୁ ସାଙ୍ଗ ରେ ନେବା କୁ ଆସିଥିଲେ ନୂଆପଡ଼ା ଜିଲ୍ଲା ଅତିରିକ୍ତ ତହସିଲଦାର ତପନ କୁମାର ନାୟକ । କୋଡିଏ ଟି ବସ୍ ଯୋଗେ ପୋଲିସ ର ହେପାଜତ ରେ ନେଇ ଯାଇଥିଲେ ନୂଆପଡ଼ା କୁ। ଗତକାଲି ବସ୍ ଅଟକାଇ କିଛି ସ୍ଥାନରେ ଓଡ଼ିଆ ପ୍ରବାସୀ ନଳକୂପ ରୁ ପାଣି ପିଉଥିବ ଦେଖିବାକୁ ମିଳିଥିଲା । ଯାହା ଦ୍ଵାରା କୋରୋନା ଭୁତାଣୁ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ତାଙ୍କୁ ସଜାଗ କରାଯାଇଥିଲା ଏହିପରି ନ କରିବାକୁ। ଗତକାଲି ଆସିଥିବା ଓଡ଼ିଆ ପ୍ରବାସୀଙ୍କ ମଧ୍ୟରୁ ଅନେକ ସଂଘ ରୁଦ୍ଧ ଗୃହ ରେ ନ ଏହି ଫେରାର ମାରିଥିବା ଜଣାପଡିଛି। ଏହା ନେଇ ଟିଟିଲାଗଡ ପ୍ରଶାସନ କୁ ଅବଗତ କରାଯାଇଛି। ବସ ରୁ ଖାଇବା ଓ ଅଳିଆ ଆବର୍ଜ୍ଜନା ଫିଙ୍ଗିବା ସହ ଛେପ ପକାଇଥିବା ଦେଖିବାକୁ ମିଳିଥିଲା ଏହା ନେଇ ଟିଟିଲାଗଡବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ  ଦେଖିବାକୁ ମିଳୁଛି।

 

 

 

 

 

 

 

Leave A Reply

Your email address will not be published.