କରୋନା ମହାମାରି ଯୁଦ୍ଧରେ ଭିନ୍ନ ଏକ ଯୋଦ୍ଧା ସ୍ବେଚ୍ଛାସେବୀ ଇଂ ଦିଲୀପ ଦୁରିଆ

0 1

ରେଙ୍ଗାଲି/ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ମାନବ ସମାଜରେ ବତ୍ତର୍ମାନବି କେଉଁଠି ନା କେଉଁଠି ବଞ୍ଚିରହିଛି ନିଃସ୍ବାର୍ଥପର ମାନବିକତା ଯେଉଁ ମାନବିକତା ମଣିଷ ସମାଜର ଦୁଃଖ ସମୟରେ ସନ୍ଥ କବୀ ଭିମ ଭୋଇଙ୍କ   “ପ୍ରାଣୀର ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ  ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ” କଥାକୁ ମନେ ପକାଇ ଆଗେଇ ଆସନ୍ତି ଦୁସ୍ଥ ମଣିଷର ସେବା କରିବା ପାଇଁ ଠିକ ସେହିପରି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଯୁବ ସ୍ବେଚ୍ଛାସେବୀ ତଥା ରେଙ୍ଗାଲି ବିକାଶ ପରିଷଦର ସଭାପତି ଇଂ ଦିଲୀପ ଦୁରିଆ ।

ଓଡିଶାରେ କରୋନା ମହାମାରି ଦେଖାଦେବା ପର ଠାରୁ ସେ ତାଙ୍କ ସାଙ୍ଗ ମାନଙ୍କୁ ନେଇ ଲାଗି ପଢିଛନ୍ତି ଲୋକଙ୍କ ସେବାରେ ନିଜ ଖର୍ଚ୍ଚରୁ ସେ ହଜାର ହଜାର ମାକ୍ସ ବଣ୍ଟନ କରିବା ସହ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇ ଆସୁଛନ୍ତି । ଏହି କ୍ରମରେ ସୋମବାର ସେ ତାଙ୍କ ସାଙ୍ଗ ମାନଙ୍କ ସହ  ରେଙ୍ଗାଲି ବିକାଶ ପରିଷଦ ପକ୍ଷରୁ ରେଙ୍ଗାଲି  ନିର୍ବାଚନ ମଣ୍ଡଳୀ ର  ସାଲଡ଼, ରେଙ୍ଗାଲି, କତରବଗl, କିନାଲୋଇ  ଗ୍ରାମ ପଂଚାୟତ ଅଂଚଳରେ ଆଜି ୩ ହଜାର  ମାଗଣା  ମାସ୍କ ସହିତ ଚାଉଳ ବଣ୍ଟନ  କରାଯାଇଥିଲା l ବିକାଶ ପରିଷଦର ସଭାପତି ସମାଜସେବୀ  ଦିଲୀପ ଦୁରିଆ ଏହି ମାଗଣା ମାସ୍କ ବଣ୍ଟନ କରିଥିବା ବେଳେ ମହାମାରୀ କରୋନା ଭୂତାଣୁ ପରିପେକ୍ଷୀରେ ସାମାଜିକ ଦୂରତ୍ବ ରକ୍ଷା କରିବା, ହାତ ଧୋଇବା ସହିତ ବାହାରେ ବୁଲା ବୁଲି ନ  କରିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ l  ଏହି ଅବସରରେ ବିକାଶ ପରିଷଦର ସଭ୍ୟ ସିଦ୍ଧାର୍ଥ ମିଶ୍ର, ମନୋରଞ୍ଜନ ସେନାପତି, ରlତୁ ଖରସେଲ, ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.