ନିଜ ଭିଟାମାଟିକୁ ଫେରିଲେ ୨୮ ପ୍ରବାସୀ ଝାଡ଼ଖଣ୍ଡ ଶ୍ରମିକ

0

ବଡ଼ବିଲ (ଶାସକ ପ୍ରଶାସକ) ଝାଡଖଣ୍ଡରୁ ଆସିଥିବା ଏକ ସ୍ବତନ୍ତ୍ର ବସ ଯୋଗେ ଆଜି ବଡ଼ବିଲରୁ ନିଜ ଭିଟାମାଟିକୁ ଫେରିଛନ୍ତି ୨୮ ଜଣ  ଶ୍ରମିକ। ବୋକାରୋ ଜିଲ୍ଲା ପ୍ରଶାସନ ତରଫରୁ ଏହି ସ୍ୱତନ୍ତ୍ର ବସ୍ ଖଣି ଅଞ୍ଚଳରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେବାପାଇଁ ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି ଶ୍ରମିକଙ୍କୁ ନେବାପାଇଁ ଝାଡ଼ଖଣ୍ଡ ରାଜ୍ୟରୁ ଦୁଇଜଣ ଅଧିକାରୀ ଆସିଥିବାର ଜଣାପଡିଛି। ଏହି ଶ୍ରମିକମାନେ ମୁଖ୍ୟତଃ କାଲଟା, ଦୁବୁନା, ଗୁଆଲି ଅଞ୍ଚଳରେ କାର୍ଯ୍ୟରତ ଥିଲେ ଓ ସମସ୍ତେ ନିଜ ରାଜ୍ୟକୁ ଫେରିବା ନିମନ୍ତେ ଅନଲାଇନ  ଆବେଦନ କରିଥିଲେ।

Leave A Reply

Your email address will not be published.