କଣ୍ଟେନମେଣ୍ଟ ଅବଧି ବଢ଼ିଲା ଅନିର୍ଦ୍ଦିଷ୍ଟ କାଳ : ଜିଲ୍ଲାପାଳ 

0

ବଲାଙ୍ଗୀର (ନିରୋଜ ମିଶ୍ର) ବଲାଙ୍ଗିର ଜିଲ୍ଳାର ଲିଖିରିଆ ଗାଁରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୬ ଦିନ ହେଲା ଗୁଡଭେଲା ବ୍ଲକର ରୁଷୁଡା ପଂଚାୟତ, ତୁଷୁରା ଏନଏସି  ଏବଂ ଦେଓଗାଁ ପଂଚାୟତ ଏବଂ ଅନ୍ୟାନ୍ୟ କିଛି ଗାଁକୁ କଣ୍ଟେନମେଣ୍ଟ ଏରିଆ ଭାବରେ ଚିହ୍ନଟ କରାଯାଇ ଥିଲା। ଆଜି ମଧ୍ୟରାତ୍ରରେ କଣ୍ଟେନମେଣ୍ଟ ଅବଧି ସରିବାକୁ ଥିବା ବେଳେ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢାଇ ଦିଆଯାଇଛି । ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବା ସମସ୍ତ ବ୍ୟକ୍ତି ମାନଙ୍କ ସ୍ୱାବ ନେଗେଟିଭ  ଆସିଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି ।

ତଥାପି ଆକ୍ରାନ୍ତ ମାନେ ଆଉ କାହା କାହା ସହିତ ସମ୍ପର୍କରେ ଆସିଛନ୍ତି ସେ ନେଇ  ପରିବାର ପରିଜନଙ୍କୁ ପଚରା ଉଚୁରା ଜାରି ରହିଛି। ଏଥିସହ କଣ୍ଟେନମେଣ୍ଟ ସମୟସୀମା ବଢେଇ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ବର୍ତ୍ତମାନ ମଧ୍ୟ ସେ ଅଂଚଳରେ ଅଙ୍ଗନବାଡି,ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀଙ୍କୁ  ପ୍ରତ୍ୟେକ ୫୦ ଘରକୁ ଗୋଟିଏ ଟିମ ଗଠନ କରାଯାଇ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ସେହି ଅନୁସାରେ ସ୍ୱାବ ସଂଗ୍ରହ ମଧ୍ୟ ଜାରି ରହିଛି । ଦୋକାନୀ ମାନଙ୍କୁ ସରକାରୀ ନୀତି ନିୟମ ମାନିବାକୁ ପୁଣି ଥରେ ତାଗିଦ କରିଛନ୍ତି ବଲାଙ୍ଗିର ଜିଲ୍ଳାପାଳ ଅରିନ୍ଦମ ଡାକୁଆ।

Leave A Reply

Your email address will not be published.