ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଭୁଷୁଡ଼ା ଘଟଣା : ଠିକା ସଂସ୍ଥାର ମାଲିକ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଗିରଫ ଦାବି 

0

ବଲାଙ୍ଗିର (ନିରୋଜ ମିଶ୍ର) ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଗତ ୨୯ ତାରିଖ ଦିନ ମରାମତି ବେଳେ ଭୁଶୁଡି ପଡିଥିଲା। ବ୍ରିଜ ସ୍ଲାବ ତଳେ ଦୁଇ ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ଏନେଇ ଲରମ୍ଭା ଥାନାରେ ମାମଲା(ନଂ.୪୮)ରେ ଏକ ମାମଲା ରୁଜୁ ହୋଇଥିଲା। ବ୍ରିଜ ଭୁଶୁଡିବା ଘଟଣା ପରେ ରାମକୁମାର ଇଞ୍ଜିନିୟର୍ସ ପ୍ରାଇଭେଟ୍‌ ଲିମିଟେଡର ଠିକାଦାର ଏବଂ ବିଭାଗୀୟ ଅଧିକାରୀମାନେ ଫେରାର ହୋଇଯାଇଥିବା ବେଳେ ଲରମ୍ଭା ପୋଲିସ ଠିକାସଂସ୍ଥାର ଜଣେ କର୍ମଚାରୀଙ୍କୁ ଅଟକ ରଖିଥିଲେ। ତେବେ ଏହି ଘଟଣାକୁ ୭ ଦିନରୁ ଊର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ କାହାରିକୁ ଗିରଫ କରି ନ ଥିବା ବେଳେ ବୁଧବାର ଠିକାସଂସ୍ଥାର ଅଟକ ଥିବା କର୍ମଚାରୀ ଦିନେଶ ନାୟାର ଯିଏ କି ପ୍ରୋଜେକ୍ଟ ଦାୟିତ୍ୱରେ ଥିବା ନେଇ ବୋଲି ପୋଲିସ କହୁଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏପରି ଏକ ସମ୍ବେଦେନଶୀଳ ଘଟଣାରେ କେବଳ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି। ଠିକା ସଂସ୍ଥାର ମାଲିକ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଅଞ୍ଚଳବାସୀ ଦାବି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.