ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ସଙ୍ଗରୋଧ କେନ୍ଦ୍ରରେ ସୁରାଟ ଫେରନ୍ତା ଓଡ଼ିଆ ଭାଇମାନଙ୍କୁ ହାଇ ସ୍କୁଲ କ୍ରୀଡା ଶିକ୍ଷକ ପ୍ରଣବ ମହାନ୍ତ ଯୋଗ ଶିକ୍ଷା ଦେଉଥିବା ଜଣାପଡିଛି। ମାଣିତରାରେ ନୋଡାଲ ରେଜିଓନାଲ ହାଇ ସ୍କୁଲର ସେକେଣ୍ଡାରୀ ସେକସନ ଶ୍ରେଣୀ ଗୃହ ଗୁଡ଼ିକରେ ଗୋଟିଏ, ଏଲିମେଣ୍ଟାରୀ ସେକସନ ଶ୍ରେଣୀ ଗୃହ ଗୁଡ଼ିକରେ ଗୋଟିଏ ଓ ମାଣିତରା ବିଜ୍ଞାନ ମହାବିଦ୍ୟାଳୟ ଶ୍ରେଣୀ ଗୃହ ଗୁଡ଼ିକରେ ଗୋଟିଏ,ଏହିପରି ମୋଟରେ ୩ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ ଗୃହରେ ଯଥା କ୍ରମେ ୨୯ ଜଣ, ୪୦ ଜଣ ଓ ୨୦ ଜଣ ଏହିପରି ମୋଟ ୮୯ ଜଣ ସୁରାଟ ଫେରନ୍ତା ବ୍ୟକ୍ତି ଅଛନ୍ତି। ପୂର୍ବରୁ ୨୯ ଜଣ ଥିବା ବେଳେ ଗତ ରାତ୍ରରେ ୬୦ ଜଣ ଆସି ଅଛନ୍ତି। ପୂର୍ବରୁ ଯେଉଁ ୨୯ ଜଣ ଥିଲେ ସେମାନଙ୍କୁ ଦୁଇ ବେଳା ଖେଳ ଶିକ୍ଷକ ଶ୍ରୀ ମହାନ୍ତ ଯୋଗ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। ଫଳରେ ପ୍ରବାସୀ ଓଡ଼ିଆ ଭାଇମାନେ ଭାରି ଖୁସିରେ ଶୃଙ୍ଖଳା ସହ ରହିଥିବା ଜଣାପଡ଼ିଛି। ମାଣିତରାର ତିନୋଟି କେନ୍ଦ୍ର ସମେତ ପଞ୍ଚାୟତର ଅନ୍ୟ ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଖାଦ୍ୟପେୟ ସମେତ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ବିଷୟରେ ସେବା ଯୋଗାଇ ଦେବାରେ ସରପଞ୍ଚ ପ୍ରତିନିଧି ବବୁଲ ନାୟକ, ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ, ସମିତି ସଭ୍ୟା ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ଯୁବ ସମାଜସେବୀ ତଥା ସାମ୍ବାଦିକ ସ୍ୱରୂପ ସୁମନ ମହାରଣା,ସନକ କୁମାର ବିଶ୍ବାଳ, ସମାଜସେବୀ ଅଭିଳାଷ ମହାରଣା ,ପି.ଇ.ଓ. ସୂର୍ଯ୍ୟ ନାରାୟଣ ସାହୁ, ଜି.ଆର.ଏସ. ସଚ୍ଚିଦାନନ୍ଦ ଖଡଙ୍ଗା, ଜେ.ଏସ. ଲକ୍ଷ୍ମଣ କୁମାର ଗୌଡ଼, ସହକାରୀ ଆର.ଡ଼ବ୍ଳଭି.ଏସ.ଏସ. ସତ୍ୟନାରାୟଣ ଦାଶ ଓ ମା ସେନାପତି ଯୁବକ ସଂଘ ସଦସ୍ୟ ବୃନ୍ଦ ସହଯୋଗ କରୁଥିବା ଦେଖାଦେଇଛି।
Sign in
Sign in
Recover your password.
A password will be e-mailed to you.