ସରକାରୀ କାଇଦା କାନୁନ କି ବୁଝେ ଭାବପ୍ରବଣତା !!!!

0

କଳିଙ୍ଗା ଘାଟିରେ ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପରିବାର ସଙ୍ଗରୋଧ କେନ୍ଦ୍ରରେ

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ସୁରାଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମକୁ ଫେରୁଥିବା ବସ ଗତ ମଇ ୨ ତାରିଖ ରାତ୍ରରେ କଳିଙ୍ଗା ଘାଟିରେ ଦୁର୍ଘଟଣା ଘଟିବା ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଘଟଣା ସ୍ଥଳରେ ବୁଗୁଡା ବ୍ଲକର ବରଡିପଲ୍ଲୀ ଗ୍ରାମର ଚିତ୍ତରଞ୍ଜନ ସେଠୀଙ୍କ ମୃତ୍ୟୁ ହୋଇଥିଲା।

ସେହି ବସରେ ସ୍ବର୍ଗତ ଚିତ୍ତରଞ୍ଜନଙ୍କ ଦୁଇ ଜଣ ଛୋଟ ପୁଅ ଥିବାବେଳେ ସେମାନେ ଆଙ୍କୁଶପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିଲେ। ମୃତ ପିତାଙ୍କ ଅନ୍ତେଷ୍ଟକ୍ରିୟାରେ ଯୋଗଦେବାକୁ ଛୋଟ ଦୁଇ ପୁଅ ବରଡିପଲ୍ଲୀ ଆସିଥିଲେ। କାର୍ଯ୍ୟ ପରେ ଛୋଟ ପିଲା ଦୁଇଜଣ ଘରୁ ଆଙ୍କୁଶପୁର ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ ରାଜିନହୋଇ ମାଆ ପାଖରେ ରହିବା ପାଇଁ କାନ୍ଦିଥିଲେ। ସ୍ୱାମୀଙ୍କୁ ହରାଇ ଦୁଃଖରେ ଥିବା ବିଧବା ପତ୍ନୀ ଦୁଇ ପୁଅର ଆତୁର କ୍ରନ୍ଦନ ସହ୍ୟ କରିନପାରି ପାଖରେ ରଖିବାକୁ ବାଧ୍ୟ ହୋଇଥିଲେ। ହେଲେ ଆଇନ ନିଜ ରାସ୍ତାରେ ଯିବାକୁ ବାଧ୍ୟ ହୋଇଥିଲା। ଏହି ପରିବାର ବ୍ୟକ୍ତିବୃନ୍ଦ ଘରେ ସଙ୍ଗରୋଧରେ ଥବା ବେଳେ ଆଙ୍କୁଶପୁର ସଙ୍ଗରୋଧ କେନ୍ଦ୍ରରେ ଦୁଇ ପୁଅଙ୍କ ସହ ଆସିଥିବା ଜଣେ ଯୁବକଙ୍କ କରୋନା ପଜିଟିଭ ବାହାରିବା ପରେ ଦୁଇ ପୁଅଙ୍କ ସମ୍ପର୍କରେ ଆସିଥିବା ପରିବାରର ସମସ୍ତ ସଦସ୍ୟ ଗତ ରାତ୍ରିରୁ ପ୍ରଶାସନର ସହଯୋଗରେ ବିରଞ୍ଚିପୁର ପଞ୍ଚାୟତର ବି.ବ୍ରହ୍ମପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହିଥିବା ଜଣାପଡିଛି।

 

Leave A Reply

Your email address will not be published.