ନୟାଗଡ଼ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ଓ ୫-ଟି ସଚିବ

0

ନୟାଗଡ (ବିଶ୍ୱଜିତ ନାୟକ) :  ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି କେ ପାଣ୍ଡିଆନ  | ଏଯାବତ ନୟାଗଡ ଜିଲ୍ଲାରେ କୌଣସି କୋଭିଡ ରୋଗୀ ଚିହ୍ନଟ ହୋଇନଥିବା ବେଳେ ବାହାର ରାଜ୍ୟରୁ ଶ୍ରମିକ ବା ପ୍ରବାସୀ ଓଡ଼ିଆ ମାନଙ୍କ ଆଗମନ ପରିପ୍ରେକ୍ଷୀରେ ଜିଲ୍ଲାରେ କୋଭିଡ ଲଢେଇ କେମିତି ଜାରି ରହିଛି ତାହାର ସମୀକ୍ଷା କରିବା ପାଇଁ ନୟାଗଡ ଜିଲ୍ଲାରେ ପହଂଚିଥିଲେ ଦୁଇ ବରିଷ୍ଠ ଅଧିକାରୀ | 

ଚାନ୍ଦପୁର ଠାରେ ଥିବା କୋଭିଡ ହସ୍ପିଟାଲ ଗସ୍ତ କରି ସେଠାକାର ଭିତ୍ତିଭୂମି ଓ ପ୍ରସ୍ତୁତି ସମୀକ୍ଷା କରିବା ସହ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ | ଶ୍ରୀ ପାଣ୍ଡିଆନ ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ କରିବା ସହ ଏବେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ କୋଭିଡି ହସ୍ପିଟାଲ ଦୁଇଶହ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏଥିଲେ ଦଶଟି ଆଇ.ସି.ୟୁ ଓ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଇଛି | କୋଭିଡ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଏସପି ପ୍ରତ୍ୟୁଷ ଦିୱାକର ଓ ସିଡିଏମଓ ଡ଼ ସତ୍ୟ କୁମାର ମହାପାତ୍ରଙ୍କ  ସହ ଆଲୋଚନା କରିଛନ୍ତି ।

ଏହି ଗସ୍ତ ସମୟରେ ଲକ ଡାଉନର କାର୍ଯ୍ୟକାରିତା ଉପରେ ବି ଆଲୋଚନା କରିଥିଲେ | ଜିଲ୍ଲାରେ କୃଷି ଗତିବିଧି ଏମଜିନରେଗା ଓ ଲକ ଡାଉନରୁ ଛାଡ ପାଇଥିବା କାର୍ଯ୍ୟକ୍ରମ ଯେମିତି ଅବାଧ ଓ ନିୟମ ଅନୁପାଳନ ସହ ହେବ ସେଦିଗରେ ଯତ୍ନବାନ ହେବାକୁ ଉପସ୍ଥିତ ଜିଲ୍ଲାପାଳ ଏସପି ତଥା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ୫ ଟି ସଚିବ ଶ୍ରୀ ପାଣ୍ଡିଆନ | 

Leave A Reply

Your email address will not be published.