ଗଞ୍ଜାମରେ ଆଉଜଣେ ସୁରାଟ ଫେରନ୍ତା ପଜିଟିଭ : ମୋଟ ୧୭୭ ପଜିଟିଭରୁ ୬୦ ହେଲେଣି ସୁସ୍ଥ

0

ଦେଶରେ ୧୨୭୨୬  ଜଣ କୋଭିଡ ରୋଗୀ ଆରୋଗ୍ୟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ୪୩୩

ଭୁବନେଶ୍ୱର : ଆଜି ବି ଜଣେ କରୋନା ପଜିଟିଭ ଗଂଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି | ତାଙ୍କ ବୟସ ୧୮ ବର୍ଷ ଓ ସେ ସୁରାଟ ଫେରନ୍ତା | ଏହାକୁ ମିଶାଇ ରାଜ୍ୟରେ ଏଯାବତ ୧୭୭ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି |

ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୧୨୭୨୬  ଜଣ କୋଭିଡ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହାକି ମୋଟ ଆରୋଗ୍ୟ ହାରକୁ ୨୭.୪୧% ରେ ପହଞ୍ଚାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ୪୩୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩ ୯୦୦  ନୂଆ ମାମଲା ସାମ୍ନାକୁ ଆସିଛି। ଦେଶରେ ମୋଟ ୧୫୬୮  ଜଣ ପ୍ରାଣ ହରାଇଥିବା ବେଳେ ୨୪  ଘଣ୍ଟା ମଧ୍ୟରେ ୧୯୫  ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା କବଳରୁ ୬୦ ମୁକ୍ତ ହୋଇଥିବା ବେଳେ ଏହି ରୋଗରେ ଆକ୍ରାନ୍ତ ଅବସ୍ଥାରେ ଦୁଇଜଣଙ୍କ ମୃତ୍ୟୁ  ଘଟିଛି । କରୋନା ରୋଗରୁ ମୁକ୍ତ ହେବା ପରେ ଆଉ ଜଣେ ପ୍ରାଣ ହରାଇଥିଲେ | ଏ ଯାବତ ରାଜ୍ୟର ୧୬ ଟି ଜିଲ୍ଲାକୁ କରୋନା ଛୁଇଁ ସାରିଥିବା ବେଳେ ପ୍ରବାସୀ ଓଡିଆଙ୍କ ଆଗମନ ପରେ ଆଗାମୀ ଦିନରେ କଣ ପରିସ୍ଥିତି ହେବ ତାହା ସମୟ କହିବ  । ଏ ଯାବତ ଚିହ୍ନଟ ହୋଇଥିବା ୧୭୭ ମଧ୍ୟରୁ ୫୦ ମହିଳା ଥିବା ବେଳେ ୧୨୭ ହେଉଛନ୍ତି ପୁରୁଷ  । ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ହେୁଛନ୍ତି ୧୫ରୁ ୪୦ ବର୍ଷ ମଧ୍ୟରେ  । ସେମାନଙ୍କ ସଂଖ୍ୟା ୮୮ ଥିବା ବେଳେ ୦-୧୪ ବର୍ଷ ମଧ୍ୟରେ ୧୩ଜଣ, ୪୧ ରୁ ୬୦ ବର୍ଷ ମଧ୍ୟରେ ୫୫ ଜଣ ଓ ୬୦ ବର୍ଷରୁ ଊଦ୍ଧ୍ୱର୍ ହେଉଛନ୍ତି ୨୧ ଜଣ  ।  ଆଗରେ ଏବେ ରହିଛି ଯାଜପୁର  । ଏହି ଜିଲ୍ଲାରେ ସର୍ବାଧିକ ୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି  । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧ଜଣ ସୁସ୍ଥ ହେବା ସହ ଦୁଇଜଣଙ୍କ ମୃତୁ୍ୟ ଘଟିଛି  । ତୃତୀୟ ସ୍ଥାନରେ ଅଛି ବାଲେଶ୍ୱର  । ଏହି ଜିଲ୍ଲାରେ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଏ ଯାବତ ୪ଜଣ ସୁସ୍ଥ ହୋଇଛନ୍ତି  । ସେହିପରି ଭଦ୍ରକରେ ୨୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସୁସ୍ଥ ହୋଇସାରିଲେଣି  । ସୁନ୍ଦରଗଡ ଜିଲ୍ଲାରେ ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ଜଣ ସୁସ୍ଥ ହୋଇସାରିଲେଣି  । ଗଞ୍ଜାମ ଜିଲ୍ଲାରେ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି  ।  ବଲାଙ୍ଗୀର, ଝାରସୁଗୁଡା, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ କଳାହାଣ୍ଡିରେ ଦୁଇଜଣ ଲେଖାଏ ଚିହ୍ନଟ ହୋଇଥିବା ବେଳେ କଟକରୁ ଜଣେ, କେନ୍ଦ୍ରାପଡାରୁ ଓ କଳାହାଣ୍ଡିରୁ ଦୁଇଜଣ ଲେଖାଏଁ ସୁସ୍ଥ ହେଲେଣି  ।  ସେହିପରି ଦେବଗଡ, କୋରାପୁଟ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଏଁ ସୁସ୍ଥ ହୋଇସାରିଲେଣି  ।     

 

Leave A Reply

Your email address will not be published.