ଭୁବନେଶ୍ୱର : ଗଞ୍ଜାମରେ ଗତ ଦୁଇଦିନ ମଧ୍ୟରେ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ତେଣୁ ଜିଲ୍ଲାରେ ଜାରି ରହିଥିବା କଣ୍ଟେନମେଣ୍ଟ ଓ ସର୍ଭେଲନ୍ସ କାର୍ଯ୍ୟକୁ ତଦାରଖ କରିବା ପାଇଁ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଡେପୁଟେସନରେ ପଠାଯାଇଛି । ସେମାନେ ହେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ ବିଜୟ କୁମାର ପାଣିଗ୍ରାହୀ ଓ ଆରଏମଆରସିର ବୈଜ୍ଞାନିକ ଡ ଜୟସିଂହ କ୍ଷତ୍ରୀ । ଏହା ବ୍ୟତିତ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲର ପ୍ରିନସିପାଲ ସର୍ଭେଲାନ୍ସ, କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଏବଂ ମେଡିକାଲ ପ୍ରିପେୟାର୍ଡନେସ ପାଇଁ ଆରଆରଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ।
Sign in
Sign in
Recover your password.
A password will be e-mailed to you.