ପଦ୍ମପୁର/ଶାସକ ପ୍ରଶାସକ -କରୋନା ଓ ମଣିଷ ଲଢେଇରେ ଲକ ଡାଉନ ହିଁ ଏକମାତ୍ର ଉପାୟ । ଲକ ଡାଉନର ପ୍ରଭାବ ସିଧାସଳଖ ଗରିବ ଖଟିଖିଆ ମାନଙ୍କ ଉପରେ ପଡିଛି । ତାଳବନ୍ଦ ଯୋଗୁଁ ଦିନମଜୁରିଆ ତଥା ଖଟିଖିଆ ମାନଙ୍କ ତାଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । ବିଭିନ୍ନ ଅନୁଷ୍ଠାନ ମାନେ ଅସହାୟ ତଥା ଗରିବ ମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ଆଜି ପଦ୍ମପୁର ଉପଖଣ୍ଡ ରାଇସିଲାଟ ବ୍ଳକ କଠଉମାଲ ପଚାୟତର ବିଭିନ୍ନ ଗ୍ରାମରେ ସମୀର ଦିବ୍ୟାଙ୍ଗ ତରଫରୁ ଅସହାୟ ମାନଙ୍କୁ ଶୁଖୁଲା ଖାଦ୍ୟ ବଣ୍ଟନ କରାଯାଇଛି ।ସମୀର ଦିବ୍ୟାଙ୍ଗ ଅନୁଷ୍ଠାନର ପ୍ରତିଷ୍ଠାତା କୀର୍ତ୍ତନ ଦାଶ ଲୋକଙ୍କୁ କରୋନା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଦେବା ସହ ମାକ୍ସ ବଣ୍ଟନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.