ପଦ୍ମପୁର(ଶାସକ ଶାସକ) : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ବିଭିନ୍ନ ସଂସ୍ଥା ତଥା ବ୍ୟକ୍ତି ବିଶେଷଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରା ଯାଉଅଛି । ଏହି କ୍ରମରେ ରେ ମଙ୍ଗଳବାର ଦିନ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକେଷ୍ଠ ରେ ମହୁଲପାଲି ଗ୍ରାମ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀ ଫେଡେରେସନ ତରଫରୁ ସଭାନେତ୍ରୀ ସରସ୍ବତୀ ସାହୁ ଏବଂ ସଂପାଦିକା ସୁବିଧା ସାହୁ ୧୦,୭୦୦ ଟଙ୍କାର ଚେକ୍ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସେହିଭଳି ଟାଲ ଗ୍ରାମ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ ସଭାନେତ୍ରୀ ଅନୀମା ନାୟକ ଏବଂ ସଂପାଦିକା ମହରଗି ବାରିକ ୮୦୦୦ ଟଙ୍କାର ଚେକ୍ ଡ୍ରାଫ୍ଟ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଉଭୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଉପ ଜିଲ୍ଲାପାଳ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.