ଲକ୍‌ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ

0

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଲକ୍‌ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ। ଲୋକେ ଗାଁ ଦାଣ୍ଡରେ ବସି ତାସ୍ ଖେଳୁଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଅଞ୍ଚଳରେ ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି।  ଯେଉଁଠି ବେଖାତିର ଭାବେ ତାସ୍ ଖେଳୁଛନ୍ତି ଲୋକେ।

ମେଳ ମେଳ ହୋଇ ଗାଁ ଦାଣ୍ଡରେ ତାସ୍ ଖେଳୁଥିବା ଦେଖିବାକୁ ମିଳିଛି। ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ I ବ୍ଲକ୍ ର ବିଭିନ୍ନ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୪ରୁ ୫ ଜଣ ଲୋକେ ଏକଜୁଟ୍ ହୋଇ ତାସ୍ ଖେଳୁଛନ୍ତି। ଆଉ ସେମାନଙ୍କ  ସାଙ୍ଗକୁ କିଛି ଦର୍ଶକ |  ନାଁ ମୁହଁରେ ଅଛି ମାସ୍କ ନା ସାମାଜିକ ଦୂରତା। ରାସ୍ତା ଉପରେ ଏଭଳି ଘଟୁଛି। ହେଲେ ଏହାକୁ ବିରୋଧ କରିବାକୁ ବି କେହି ନାହାନ୍ତି।

କରୋନା ଯୋଗୁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଭଳି ଘଟଣା ଏବେ ଚିନ୍ତା ବଢ଼ାଇଛି। ଲୋକେ ସଚେତନ ହେବା ପରିବର୍ତ୍ତେ ଏଭଳି କରିବା କେତେ ଉଚିତ୍ ତାକୁ ନେଇ ପ୍ରଶ୍ନ ଉଠିଛି।

ଏବେ ଓଡ଼ିଆ ପ୍ରବାସୀ ଫେରନ୍ତା ଅଧିକ ଥିବାରୁ କରୋନାକୁ ନେଇ ଅଧିକ ସଚେତନତା କରାଯାଉଛି। ହେଲେ ଏଭଳି ଘଟଣାକୁ ଏଡ଼ାଇବାକୁ କଡ଼ା ଯାଞ୍ଚ କରିବାକୁ ଦାବି ହୋଇଛି।

Leave A Reply

Your email address will not be published.