ମୃତକ ସବିତା ସାହୁଙ୍କ ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢ଼େଇଲା ବିଜେପି

0

 http://www.youtube.com/watch?v=DCv7LXws8Ko 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଦୀର୍ଘ ଦିନ ରୋଗାଗ୍ରସ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୨ ତାରିଖ ରେ ମୃତ୍ୟୁବରଣ କରିଥିଲେ ସମ୍ବଲପୁର ସରଲାକାନି ଅଞ୍ଚଳର ଗାନ୍ଧୀକଲୋନୀ ର ସବିତା ସାହୁ । ଗରିବ ବିଧବା ମହିଳା ସବିତାଙ୍କ ମୃତ୍ୟୁ ପରେ ସାହାଯ୍ୟ ର ହାତ ବଢ଼େଇ ତାଙ୍କର ଦୁଇ ଶିଶୁ ରତ୍ନ ଙ୍କୁ ପାଛୋଟି ନେଇଛି ଚାଇଲଡ଼ ଲାଇନ । ବର୍ତ୍ତମାନ ତାଙ୍କ ସହିତ ରହୁଥୁବା ଦୁରସମ୍ପର୍କୀୟ ଭଉଣୀ  ଏକୁଟିଆ ଓ ନିଃସହାୟ ଅବସ୍ଥାରେ । ବଡ ଭଉଣୀର ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ସେ ନିର୍ଭରଶୀଳ ହୋଇପଡିଛନ୍ତି ।

 ସୂଚନା ପାଇ ଆଜି ତାଙ୍କର କୁଟିଆ କୁ ପହଞ୍ଚିଥିଲେ ସମ୍ବଲପୁର ବିଜେପି ର ସଦସ୍ୟ ସଦସ୍ୟା ଗଣ । ସାଥିରେ ଚାଉଳ, ଡାଲି, ତେଲ, ହଳଦୀ, ଚିନି, ଚାହା, ଆଳୁ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସହ କିଛି ଆର୍ଥିକ ସାହାଯ୍ୟ ନେଇ । ପଚାରି ବୁଝିଥିଲେ ସମସ୍ତ ପରିସ୍ଥିତି ଓ ସମସ୍ୟା ସମ୍ପର୍କରେ ।

ମୃତକ ସବିତା ସାହୁ ଙ୍କୁ ବୁର୍ଲା ରେ ଭର୍ତ୍ତି କରିବାଠୁ ସ୍ୱର୍ଗଦ୍ୱାର ରେ ଅନ୍ତେଷ୍ଟି କ୍ରିୟା ପର୍ଯ୍ୟନ୍ତ ଓ ପରେ ତାଙ୍କ ପୁଅ ଓ ଝିଅ ଙ୍କୁ ଚାଇଲଡ଼ ଲାଇନ ର ସାହାଯ୍ୟ ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ କୁମାର ଘଡେଇ ଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଷ ପଟେଲ କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଆରତୀ ଲତା ବରାଡ଼ ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମଝି ମଣ୍ଡଳ ର ପ୍ରମୁଖ କାର୍ଯ୍ୟକାର୍ତ୍ତ ସୌମିତ୍ର ଜତି, ପିଣ୍ଟୁ ଓରାମ, ଲୁନା ନାଏକ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.