ରାୟଗଡ଼ାରୁ ସରୋଜ ସାହୁ : ରାଜ୍ୟରେ ମହିଳା ଓ ଶିଶୁଙ୍କୁ ନିର୍ଯ୍ୟାତନା ସହ ଦୁଷ୍କର୍ମ ଭଳି ହୀନ କାର୍ଯ୍ୟ ବଢ଼ିବାରେ ଲାଗିଛି । ନିଜେ ଗୃହ ବିଭାଗ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଥିବା ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ଏଭଳିକି ଆଇନ ଶୃଙ୍ଖଳା ମଧ୍ୟ ବିପର୍ଯ୍ୟସ୍ଥ । ଏହାର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ରାୟଗଡ ପକ୍ଷରୁ ଏସପି ଅଫିସ ଘେରାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋର୍ଚା ପକ୍ଷରୁ ଏକ ରାଲି ବାହାରି ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିଥିଲେ । ଅତିରିକ୍ତ ପୋଲିସ ଅଧିକ୍ଷକଙ୍କ ସହ ଏଭଳି କାର୍ଯ୍ୟକୁ କଠୋର ଦଣ୍ଡ ଦେବାକୁ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚା ଉପସଭାପତି ସିକନ୍ଦର ଅଲ୍ଲୀ ଉପସ୍ଥିତ ରହିବା ସହ ଯୁବ ମୋର୍ଚ୍ଛା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଉମେଶ ଖସଲାଙ୍କ ନେତୃତ୍ୱରେ ବହୁ ଯୁବ ମୋର୍ଚ୍ଚା ଯୋଗ ଦେବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାଳିରାମ ମାଝୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପାଧ୍ୟକ୍ଷ ରଜତ ମାଦାଳା, ଜିଲ୍ଳା ଉପାଧ୍ୟକ୍ଷ କେ. ଅଶ୍ୱିନୀ ଓ ହଲଧର ମିଶ୍ର, ନଗର ଉପାଧ୍ୟକ୍ଷ ଏମ. ରାମା ରାଓ, ନଗର ସମ୍ପାଦକ ରମାକାନ୍ତ ଆଚାରୀ, ନଗର ଉପସଭାପତି ଗୌରୀ ନାଇଡୁ, ଏନ ପ୍ରକାଶ, ପୂର୍ବତନ କାଉନସିଲର ସୁମନ୍ତ ମହାରଣା, ଜିଲା ମହିଳା ମୋର୍ଚ୍ଚା ଉପାଧ୍ୟଖ୍ୟା ଭାନୁମତି ମୁଦୁଲି, ତିଳକ ଚୌଧରୀ, ଶୁଭଲତା ନାୟକ, କୃଷ୍ଣ ପଣ୍ଡା ରାୟଗଡ଼ ମଣ୍ଡଳ ସଭାପତି ସହ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
