କୋଭିଡ ପର୍ଯ୍ୟବେକ୍ଷକ ଲୋହାନୀଙ୍କ ପାଟଣାଗଡ ଗ୍ରସ୍ତ

0 2

 ପାଟଣାଗଡ/ବିମଳ କୁମାର ବାଗ: କୋଭିଡ-୧୯ ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଲୋହାନୀ ପାଟଣାଗଡ ଗ୍ରସ୍ତ କରିଥିଲେ। ପାଟଣାଗଡ ବ୍ଳକ ଅନ୍ତର୍ଗତ ସୁନାମୁଦି ପଞ୍ଚାୟତ,ଉଲବା ପଞ୍ଚାୟତରେ ନିର୍ମିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କରିଥିବା ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

କୋଉଡିଆ ଗ୍ରାମ ଠାରେ ୬୦/୭୦ ଶ୍ରମିକ ନିୟୋଜିତ ମନରେଗା ଯୋଜନାରେ ଚାଲିଥିବା ଜଳାଶୟର ପୁନଃରୁଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ମନରେଗାରେ ଶ୍ରମିକ ମାନେ କିପରି ଭାବରେ କାମ ପାଇ ପାରିବେ ସେ ବିଷୟରେ କହିଥିଲେ। ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସ୍ଥାନୀୟ  ସରକାରୀ ବାଳିକା ବିଦ୍ୟାଳୟ ଠାରେ ପ୍ରସ୍ତୁତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କରିଥିଲେ। ପରେ ଶ୍ରୀ ଲୋହାନୀ  ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ଥିବା ଫୁଳକିମୁଣ୍ଡା, ମାଲପଡା, ଲାଠୋରରେ ଥିବା ଅସ୍ଥାୟୀ ଶିବିର ଦେଖିବା ପାଇଁ ଯାଇଥିଲେ। ଏହି ଅବସରରେ ତାଙ୍କ ସହ ପାଟଣାଗଡ ଉପଜିଲ୍ଲାପାଲ ସୋମନାଥ ପ୍ରଧାନ, ବିଡିଓ ନୀଲମାଧବ ସୁନା, ବଲାଙ୍ଗିର ଡିଏଫଓ, ବ୍ଳକ ଅଧକ୍ଷ ଭକ୍ତ ବନ୍ଧୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.