ପଦ୍ମପୁର/ ଶାସକ ପ୍ରଶାସକ : କରୋନା ଭୂତାଣୁ କୁ ଦମନ ପାଇଁ ତାଲାବନ୍ଦ ହଁ ଏକମାତ୍ର ଉପାୟ। ହେଲେ ତାଲା ବନ୍ଦ ବଢ଼ାଇ ଦେଇଛି ଲୋକଙ୍କ ଯନ୍ତ୍ରଣା | ତାଲାବନ୍ଦ ଯୋଗୁଁ କେବଳ ଦିନମଜୁରିଆ କିମ୍ବା ଖଟିଖିଆ ପ୍ରଭାବିତ ହୋଇନାହାଁନ୍ତି । ସେଲୁନ ଦୋକାନୀ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଦୀର୍ଘ ଦୁଇମାସ ଧରି ସେଲୁନ ଗୁଡିକ ବନ୍ଦ ଥିବା କାରଣରୁ ସେଲୁନ ସଙ୍ଘର ପରିବାର ପୋଷଣ ପାଇଁ ଏବେ କଷ୍ଟ ସାଧ୍ୟ ହେଲାଣି । ସରକାର ଦିନମଜୁରିଆ ତଥା ଖଟିଖିଆ ମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ହେଲେ ସେଲୁନ ଦୋକାନୀ ମାନେ ଦିନମଜୁରିଆ ହୋଇଥିଲେ ମଧ୍ୟ କୌଣସି ସହାୟତା ତାଙ୍କୁ ପ୍ରଦାନ କରାଯାଇନାହିଁ। ତେଣୁ ପଦ୍ମପୁର ଉପଖଣ୍ଡ ସେଲୁନ ସଙ୍ଘ ତାଙ୍କୁ କିଛି ଆର୍ଥିକ ସହାୟତା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଭାବରେ ଗୁହାରୀ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.