ସାମାଜିକ ଦୂରତ୍ୱ ନମାନିଲେ ଆମେ ଖୋଲେଇ ଦେବୁନି : ମହିଳା ଏସଏଚଜି ଓହ୍ଲାଇଲେ ରାସ୍ତାକୁ

0

 ବ୍ୟବସାୟୀ ମାନଙ୍କର ବେପରୁଆ ମନୋଭାବ , ଆକ୍ସନ ମୋଡ଼ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଦୋକାନ ବଜାର ବୁଲି ସଚେତନତା କରାଇଲେ , ଚେତାବନୀ ମଧ୍ୟ ଦେଲେ 

ବରଗଡ଼/ଶାସକ prashasak :- କୋବିଡ଼ 19 ଭୁତାଣୁ ଜନିତ ସଂକ୍ରମଣ ପାଇଁ ବର୍ତ୍ତମାନ ଦେଶରେ ଦ୍ଵିତୀୟ ପର୍ଯାୟର ଲକଡାଉନ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକ ତଥା ଅନ୍ୟ କିଛି ଦୋକାନ ଖୋଲିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କିଛି କଟକଣା ରଖି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ହେଲେ ପାଇକମାଲ ଅଂଚଳରେ ବହୁ ବ୍ୟବସାୟୀ ବାରମ୍ବାର ପ୍ରଶାସନିକ ତାଗିଦ ସତ୍ତ୍ୱେ ନିୟମକୁ ଖୋଲା ଉଲଂଘନ କରୁଥିବାର ଅନେକ ପ୍ରମାଣ ରହିଛି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏଜିଭଳି ଘଡିସନ୍ଧି ମୁହୂର୍ତ୍ତରେ ନିୟମ କାନୁନର ଉଲ୍ଲଂଘନ କଦାପି ଯଥାର୍ଥ ନୁହେଁ। 

http://www.youtube.com/watch?v=bfwxdAF3D3I   

 ଆଜି ସକାଳୁ ପାଇକମାଲ ସଡକପଡା ର ଛଅଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କିଛି କିଛି ସଭ୍ୟ ମାନେ ଏହି ଅମାନିଆ ବ୍ୟବସାୟୀ ମାନଙ୍କୁ ପୁନର୍ବାର ସଚେତନ କରାଇବା ପାଇଁ ବାହାରି ଥିଲେ । ମହିଳା ମାନେ ପ୍ରତ୍ୟେକ ଦୋକାନ ବୁଲି ଦୋକାନୀ ମାନଙ୍କୁ ସରକାର ଙ୍କର ନିୟମ କୁ ମାନି ଓ ସମ୍ମାନ ଦେଇ ଦୋକାନ ଖୋଲିବାକୁ କହିଥିଲେ । ଯଦି ସେମାନେ ସରକାର ଙ୍କର ନିୟମ ନ ମାନି ବ୍ୟବସାୟ କରନ୍ତି ତେବେ ମହିଳା ମାନେ ବ୍ୟବସାୟୀ ମାନଙ୍କର ବିରୋଧ ରେ ଦୃଢ଼ କାର୍ଯନୁଷ୍ଠାନ ଗ୍ରହଣ କରିବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର କୋରୋନା ମୁକାବିଲାର ଲଢେଇ କୁ ଆହୁରି ସୁଦୃଢ଼ କରିଛନ୍ତି ଆଜି ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ମାନେ । ବଜାର ରେ ବୁଲି ଦୋକାନୀ ମାନଙ୍କୁ ସଚେତନ କରାଉଥିବା ସମୟରେ ଅନେକ ଦୋକାନୀ ଧ୍ୟାନ ଦେଇ ମହିଳା ମାନଙ୍କର କଥା ଶୁଣି ସବୁ ନିୟମ ପାଳନ କରିବେ ବୋଲି ମତ ଦେଇଥିବା ବେଳେ କିଛି ଦୋକାନୀ ମହିଳା ମାନଙ୍କ ଏହି କାର୍ଯକ୍ରମକୁ କର୍ଣପାତ କରିଥିବା ଭଳି ମନେ ହେଉନଥିଲା । ଆଜି ଆମେ ସଚେତନ କଲୁ ଓ ଚେତାବନୀ ଦେଲୁ  ଆସନ୍ତା କାଲିଠାରୁ ସରକାର ଙ୍କର ନୀୟମ ସବୁ ଦୃଢ଼ତାର ସହିତ କାର୍ଯକାରୀ କରାଇବୁ ବୋଲି ମହିଳା ମାନେ କହିଛନ୍ତି । ମହିଳା ମାନେ ଏହି ଘଡିସନ୍ଧି ମୁହୂର୍ତ୍ତରେ ନିଜର ଘରୁ ବାହାରି ସମାଜକୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଆଜି ଗ୍ରହଣ କରିଥିବା ପଦକ୍ଷେପ କୁ ଉପଜିଲ୍ଲାପାଳ ପଦ୍ମପୁର ଶ୍ରୀ ତନ୍ମୟ କୁମାର ଦରୁଆନ ପ୍ରସଂଶା କରିବା ସହିତ ମାତୃଶକ୍ତି ର ଯୋଗଦାନ ବିନା କୋଣସି କାର୍ଯ୍ୟ ସମ୍ପନ୍ନ ହେଇପାରିବ ନାହିଁ ବୋଲି କହିଥିଲେ । ସେହିଭଳି ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ମଧ୍ୟ ମହିଳା ମାନଙ୍କର କାର୍ଯକ୍ରମ ର ଉଛ ପ୍ରଶଂସା କରିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନଙ୍କର ଦ୍ୱାରା ଆଜି ଯେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ । ନିଜ ଅଂଚଳ କୁ ଏହି ମହାମାରୀ କବଳରୁ ରକ୍ଷା କରିବା ପାଇଁ ଜନସଚେତନତା ର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି । ମାତୃଶକ୍ତି ଜାଗିଲେ ନିଶ୍ଚିତ ଭାବରେ ଆମେ ସୁରକ୍ଷିତ ରହିବା ଏଥିରେ ଟିଲେମାତ୍ର ସନ୍ଦେହ ନାହିଁ । 

        ଆଜିର ଏହି କାର୍ଯକ୍ରମ ରେ ମାଁ ବିନ୍ଦ୍ୟବସିନୀ ,ମାଁ ଦୁର୍ଗା, ମାଁ ସମଲେଶ୍ବରୀ, ଜୟ ଜଗନ୍ନାଥ, ମାଁ ସଂତୋଷି, ମାଁ ତୁଳସୀ  ଓ ମାଁ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.