ଫୁଲକିମୁଁଣ୍ଡlରେ ସଚେତନତା କାର୍ଯ୍ୟକ୍ରମ l

0

ଖପ୍ରାଖୋଲ :- ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବିଗତ କିଛି ଦିନ ଧରି ଚାଲିଥିବା ସେବା କାର୍ଯ୍ୟ ରେ ଆଜି ଫୁଲକିମୁଁଣ୍ଡl ଠାରେ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସୁଭାଷ ମେହେର୍ ଙ୍କ ନେତୃତ୍ୱ ରେ ମୁରଲୀଧର ମେହେର୍ ଙ୍କ ଟିମ୍ ଗ୍ରାମର ଶତାଧିକ ଗ୍ରାମବାସୀ ଙ୍କୁ ମାସ୍କ ସାବୁନ୍ ବ୍ୟବହାର ଉପରେ ସଚେତନ କରି ବଣ୍ଟନ କରିଥିଲେ l ଗ୍ରୀନ ଜୋନ୍ ଥିବା ବଲାଙ୍ଗିର ଏବେ ଦୁଇ ସନ୍ଦିଗ୍ଧ ସଂକ୍ରମିତ କାରଣରୁ ନିଜ ଅସ୍ତିତ୍ଵ ହରେଇ ଥିବା ବେଳେ ନିଜ ଗ୍ରାମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସୁରକ୍ଷା ପାଇଁ ଉଚିତ୍ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ସଚେତନ କରାଇବା ସହିତ ସରକାରଙ୍କ ପକ୍ଷରୁ ଲଗା ଯାଇଥିବା ନିୟମ ଅନୁସାରେ ସର୍ବସାଧାରଣଙ୍କୁ ଚାଲିବା ପାଇଁ ନିବେଦନ କରିଛନ୍ତି l

ସୂଚନା ଯୋଗ୍ୟ ଯେ ମେହେର୍ ପରିବାର ବିଗତ କିଛି ଦିନ ଭିତରେ ହଜାର ସଂଖ୍ୟାରେ ମାସ୍କ ସିଲେଇ ଲୋକଙ୍କୁ ବଣ୍ଟନ କରିବା ସହ ସଂକ୍ରମଣ ରୁ ସୁରକ୍ଷା ପାଇଁ ଘରେ ରହିବା, ସାମାଜିକ ଦୂରତା ଅବଲମ୍ବନ, ସାବୁନ୍ ବ୍ୟବହାର, ପ୍ରବାସୀ ଓଡିଆ ଙ୍କ ରେଜିଷ୍ଟ୍ରେସନ ଆଦି ବିଷୟ ରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରେରଣା ଦେଇଛନ୍ତି l ଡାଃ ହରିଭାଇ ଆର୍ଯ୍ଯନ ଙ୍କ ପ୍ରେରଣା, ମୁରଲୀଧର ଙ୍କ ସଦ୍ ଉଦ୍ୟମ, ପରିବାର ର ସମସ୍ତ ଆତ୍ମୀୟ ଙ୍କ ଏବଂ ଗ୍ରାମର ଦୀନବନ୍ଧୁ, ବବୃବାହାନ, ଜିତେନ୍, ହୂତl, କର୍ଣ୍ଣ ଆଦି ଙ୍କ ସହଯୋଗ ପାଇଁ ଅଞ୍ଚଳ ବାସୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

Leave A Reply

Your email address will not be published.