ଅସହ୍ୟ ତାତି ରେ କରୋନା ଲଢେଇ

0

ଝାରବନ୍ଧ-( ମନୋହର ଦାଶ ) କରୋନା ଲଢେଇରେ ତାଲା ବନ୍ଦ ର ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ହେଲାଣି ।ଗ୍ରୀଷ୍ମ ର ପ୍ରଭାବ ବଢିବା ରେ ଲାଗିଛି । ହେଲେ ପ୍ରବଳ ଗ୍ରୀଷ୍ମପ୍ରବାହ ଜଗଦଲପୁର ପୋଲିସ ର ମନୋବଳ କୁ ମାଲୀନ ପଡ଼ିବାକୁ ଦେଇନାହିଁ ।ଆଜି ବି ମଧ୍ୟାହ୍ନର ପ୍ରଚଣ୍ଡ ରୌଦ୍ର ତାପରେ ବିଚ ରାଜ ରାସ୍ତା ରେ ନିଜର କର୍ତବ୍ୟ ସମ୍ପାଦନ କରି ଚାଲିଛି ଜଗଡଲପୁର ପୋଲିସ। ବରଗଡ SP ପଦ୍ମିନୀ ସାହୁ ଙ୍କ ବଳିଷ୍ଠ ନେତୃତ୍ୱ ଓ ଜଗଦଲପୁର ଥାନା ଅଧିକାରୀ ଲଳିତା ଲିଲିମା ବାର୍ଳା ଙ୍କ ଉପଯୁକ୍ତ ପରିଚାଳନା ମାଧ୍ୟମରେ ଜଗଦଲପୁର ପୋଲିସ ତାଲା ବନ୍ଧ ର ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ଦିନ ପରେ ବି ସଚେତନ ସଜାଗ ସତର୍କ ରହି କରୋନା କଟକଣା କୁ ଜଗଦଲପୁର ଅଞ୍ଚଳରେ ରେ ସୁଚାରୁ ରୁପେ ଅନୁପାଲନ କରାଇପାରିଛି । କରୋନା କଟକଣା ସମୟ ରେ ଜଗଦଲପୁର ଅଞ୍ଚଳ ରେ ଯେପରି ଚୋରା ମଦ ବେପାର ବୃଦ୍ଧି ନହୁଏ ତାହାକୁ ସୁନିଶ୍ଚିତ କରିବା ସହ ଚୋର ମଦ କାରବାର ରେ ଭିନ୍ନ ଭିନ୍ନ ମାମଲା ରେ କୋର୍ଟ ଚାଳନା କରିବା ସହ ସହ ସହ ଲିଟର ଦେଶୀ ରନ୍ଧା ମଦ ଜବତ କରିବାରେ ଜଗଦଲପୁର ପୋଲିସ ସଫଲ ହୋଇଛି ନଦୀ ପଠା ରେ ଲାଗି ରହିଥିବା ବିଭିନ୍ନ ଗ୍ରାମ କୁ ଯାଇ ସେଠାରେ ମହୁଳ ପୋଚ ନଷ୍ଟ କରି ମଦ ରନ୍ଧା ସାମଗ୍ରୀ ଥାନା କୁ ଆଣିଛନ୍ତି ଏହା ଛଡା ତାଲା ବନ୍ଧ ସମୟ ରେ ତାଲା ବନ୍ଧ ନିୟମ ର ଅନୁପାଲନ କରିବା ସହ ଜୁଆ ଅଡ୍ଡା ମାନଙ୍କରେ ମଧ୍ୟ ଚଢ଼ାଉ କରିଛନ୍ତି । ବିଭିନ୍ନ ଗ୍ରାମ କୁ ଯାଇ ତାଶ ଖେଳୁଥିବା ଲୋକମାନଙ୍କୁ ତଗିତ କରିଛନ୍ତି ।ଏହା ସହ ବିନା ପାସ ରେ ବାଇକ ଚଳାଉଥିବା ବିୟକ୍ତି ମାନଙ୍କ ଉପରେ କଟକଣା କରିଛନ୍ତି ।ଜଗଦଲପୁର ପୋଲିସର ନିଷ୍ଠା ପର ଉଦ୍ୟମକୁ ଜଗଡଲପୁରରେ ତାଲା ବନ୍ଧ ଶୃଙ୍ଖଳିତ ହୋଇପାରିଛି ଜଗଦଲପୁର ପୋଲିସ ର ଦାୟିତ୍ୱ ସଂପନ୍ନତା ଜଗଦଲପୁର ଅଞ୍ଚଳ ବାସୀଙ୍କୁ ନିଜ ନିଜ ଘରେ ସୁରକ୍ଷୀତ ର ଅନୁଭବ କରାଇପାରିଛି।

Leave A Reply

Your email address will not be published.