କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ରାଜ୍ୟରେ ରକ୍ତଭାବ ରେ କେହି ମୃତ୍ୟୁ ନ ହୁଅନ୍ତୁ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କୁଚିଣ୍ଡା ବିଜୁ ଜନତା ଦଳ ପକ୍ଷ ରୁ ଆଜି ଦଶ ଦିନ ହେବ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତ ଭଣ୍ଡାର କୁ ରକ୍ତ ଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି lବିଧାୟକ କିଶୋର ଚନ୍ଦ୍ର ନାୟକ ଙ୍କ ନେତୃତ୍ଵରେ ଏହି କାର୍ଯ୍ୟ କ୍ରମ କରାଯାଇଥିବା ବେଳେ ଆଜି ମୋଟ ୧୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି lବିନୋଦ କିସାନ,ଧୀରେନ୍ଦ୍ର ନାଏକ,ହେମନ୍ତ କଉଡ଼ି, ଦେବାଶିଷ ହଂସ, ମୀନକେତନ ମାଝୀ, ପଞ୍ଚାନନ ଜଏ, ଭଜନ ବାରିକ, ନୃପମଣି କିସାନ, ଜଗନ ନାୟକ, କସଟୁ ବାଘ, ଇନ୍ଦ୍ରମଣି ବାଘ, କୁଳମଣି ବାରିକ, ବିନୋଦ ସା,ବିନୟ ନାଏକ, ସୁକାନ୍ତ କୁ. ଭୋଇ,ପ୍ରଦୀପ ଲୁହା, ପ୍ରମୋଦ ଖରସେଲ, ମକରଧ୍ବଜ ପଟେଲ ପ୍ରମୁଖ ରକ୍ତ ଦାନ କରିଥିବା ବେଳେ ରକ୍ତ ଭଣ୍ଡାରର ଟେକନିସିଆନ ପ୍ରମୋଦ ପଟେଲ, ବିଭୁତି ଭୂଷଣ ଭୋଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ଲ ସେହିଭଳି ବିଜେଡି କର୍ମୀ ଅମୁଲ୍ୟ ମିଶ୍ର, ସଞ୍ଜୟ ବେହେରା ପ୍ରମୁଖ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post