ବୁଗୁଡା ଅଞ୍ଚଳ ଜନସାଧାରଣ ଆଶ୍ୱସ୍ତ, କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ

0

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା::ଭୁବନେଶ୍ୱର ବମୀଖାଲ ଅଞ୍ଚଳରୁ ଫେରିଥିବା ବୁଗୁଡା ବ୍ଲକ ଗୁଡିପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ ଗୃହରେ ଥିବା ବେଳେ ଭୀଷଣ ଜ୍ଵର ଓ କାଶ ହେବା ସହ କରୋନା ଲକ୍ଷଣ ଦେଖାଯିବା ଯୋଗୁଁ ଗତ ୨୬ ତାରିଖରେ ତାଙ୍କୁ ବ୍ରହ୍ମପୁର କରୋନା ପରୀକ୍ଷା ପାଇଁ ଆମ୍ବୁଲାନ୍ସରେ ପଠାଯାଇଥିଲା। ମାତ୍ର ଖୁସିର ଖବର ସେହି ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ବାହାରିଲା। ଯାହା ଫଳରେ ବୁଗୁଡା ଅଞ୍ଚଳବାସୀ ଆଶ୍ୱସ୍ତ ଲାଭ କରିଛନ୍ତି। ୨୭ ତାରିଖରେ ବ୍ରହ୍ମପୁରକୁ ଅନ୍ୟ ଦୁଇଜଣ ସନ୍ଦିଗ୍ଧଙ୍କୁ କରୋନା ଟେଷ୍ଟ ପାଇଁ ପଠା ଯାଇଥିବା ବେଳେ କେନ୍ଦ୍ର ସରକାର ଚାଇନା କିଟ ବ୍ୟବହାର କରିବା ପାଇଁ ମନାକରିବା ଯୋଗୁଁ ଏହି ଦୁଇ ଜଣଙ୍କ ନୂତନ କିଟ ଆସିବା ପରେ ପରୀକ୍ଷା ହେବ। ଏଣୁ ସେ ଦୁହିଁଙ୍କ ରିପୋର୍ଟ ଆସିବାକୁ ଦୁଇ ତିନି ଦିନ ବିଳମ୍ବ ହୋଇପାରେ ବୋଲି ଜଣାପଡିଛି।

Leave A Reply

Your email address will not be published.