ଯୁବ ବିଜେଡି ସମ୍ପାଦକଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

0

ଭୁବନେଶ୍ୱର/ ଶାସକ ପ୍ରଶାସକ : ସଂପ୍ରତି କରୋନା ମହାମାରୀ ସମୟରେ ତାଲାବନ୍ଦ ଯୋଗୁଁ ରକ୍ତ ଅଭାବକୁ ଦୃଷ୍ଟି ରେ ରଖି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମଗ୍ର ଓଡ଼ିଶାର ଜନସାଧାରଣ ତଥା ବିଜୁ ଜନତା ଦଳର ଅଗଣିତ ନେତୃବୃନ୍ଦ ଏବଂ କର୍ମୀମାନଙ୍କୁ ସ୍ବେଚ୍ଛାକୃତ ରକ୍ତ ଦାନ କରିବାକୁ ଆହ୍ବାନ ଦେଇଥିଲେ।

ଏହି ଆହ୍ବାନ କ୍ରମେ ବିଜୁ ଜନତା ଦଳର ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ ମାଧ୍ୟମରେ ସମଗ୍ର ଓଡ଼ିଶାରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଉଅଛି।ଏହି କ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ଆଶିଷ ମିଶ୍ର ଙ୍କ ନେତୃତ୍ୱରେ ଥାଲେସେମିଆ ରୋଗୀଙ୍କ ପାଇଁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ରକ୍ତ ଦାନ ଶିବିର ରେ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିର ରେ ଭାରତୀୟ ରେଡକ୍ରସ୍ ଓଡିଶା ଶାଖାର ଅବୈତନିକ ସଂପାଦିକା ସିଟିଏମ୍ ସୁଗୁଣା, ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଅମରେଶ ପତ୍ରୀ ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.