ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ନିକଟସ୍ଥ ଇଣ୍ଡୋର ଷ୍ଟାଡୟମରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୦ ୟୁନିଟ ରକ୍ତ ସଂଗ୍ରହ କାରଯାଇଛି । ମହାମାରୀ କରୋନାର ମୁକାବିଲା କରିବାକୁ ରକ୍ତର ଯେପରି ଅଭାବ ନରହେ ସେଥିପାଇଁ ସାମାଜିକ ଦୁରତା ରକ୍ଷାକରି ମାସ୍କପିନ୍ଧି ଯୁବ ସ୍ୱେଚ୍ଛାସେବୀ, ରକ୍ତ ସଂଗ୍ରହକାରୀ ଏବଂ ଡାକ୍ତରମାନଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା । ଅଯଥା ଗହଳିକୁ ଏଡାଇବା ପାଇଁ ପ୍ରତିଦିନ ୨୦ ୟୁନିଟ ହିସାବରେ ହାରାହାରି ୧ଶହରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ ରଖାଯାଇଛି ବୋଲି ଜୀବନ ବିନ୍ଦୁ ବ୍ଲକ ସଂଯୋଜକ ତଥା କେନ୍ଦ୍ର ସମବାୟବ୍ୟାଙ୍କ ନୟାଗଡ଼ ସଭାପତି ଲୋକନାଥ ସାହୁଙ୍କ ଠାରୁ ପ୍ରକାଶ । ଜିଲ୍ଲାପରିଷଦ ସଦସ୍ୟ ବିଭୁପ୍ରସାଦ ସାହୁ, ପୂର୍ବତନ ସଭ୍ୟ ସୁର୍ଯ୍ୟ ନାରାୟଣ ଚୈାଧୁରୀ, ପୂର୍ବତନ ସରପଂଚ ଦିବାକର ନାୟକ, ଯୁବ ସ୍ୱେଚ୍ଛାସେବୀ ବିକାଶ କୁମାର ପଲେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.