ସବୁଜ ମୁହାଁ ଭୁବନେଶ୍ୱର ହେବାରେ ଲାଗିଲା ବ୍ରେକ !- ଚିହ୍ନଟ ହେଲେ ଆଉଜଣେ ଆକ୍ରାନ୍ତ 

0

 ଭୁବନେଶ୍ୱର(ଶାସକ ପ୍ରଶାସକ)  ଭୁବନେଶ୍ୱର ନାଲିରୁ କମଳା ରଙ୍ଗ କମଳା ରଙ୍ଗରୁ ସବୁଜ ହେବା ଆଶା ଅପାତତଃ ସ୍ଥଗିତ ରହିଯାଇଛି |  କାରଣ ଆଜି ଭୁବନେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତାଙ୍କ ବୟସ ୭୭ ବର୍ଷ ଓ ସେ ମଧୁସୂଦନ ନଗରରୁ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ (ଆକ୍ରାନ୍ତ ନମ୍ବର ୪୧)ଙ୍କ ଅତି ନିକଟ ସମ୍ପର୍କୀୟ | ଏହା ସହିତ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯ରେ ପହଂଚିଛି ବୋଲି  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଛି ସୂଚନା | ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଗାଇଡ଼ଲାଇନ ଅନୁଯାୟୀ  ଯଦି କୌଣସି କରୋନା ପରିଲକ୍ଷିତ ଅଂଚଳରେ ଗତ ୧୪ ଦିନ ଭିତରେ ଆଉ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନଥିବେ ତେବେ ତାହା ନାଲିରୁ କମଳା ରଙ୍ଗ ଜୋନ ବୋଲି ଧରାଯିବ | ତାପରେ ଆଉ ୧୪ ଦିନ ପର୍ଯ୍ୟନ୍ତ ଯଦି କୌଣସି ରୋଗୀ ଚିହ୍ନଟ ନହୁଅନ୍ତି ତେବେ ତାହା ସବୁଜ ଜୋନ ଭାବେ ପରିଗଣିତ ହେବ | 

Leave A Reply

Your email address will not be published.