କଙ୍କଡାହାଡ଼ର ଦୁର୍ଗମ ଅଂଚଳ ଗସ୍ତ କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

0

ବୁଝିଲେ ଦୁଖସୁଖ,ବାଣ୍ଟିଲେ ରନ୍ଧାଖାଦ୍ୟ ଓ  ରାସନ ସାମଗ୍ରୀ

ଢେଙ୍କାନାଳ( ଶାସକ ପ୍ରଶାସକ) : ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର କାନ୍ତଲ ପଂଚାୟତ ଅନ୍ତର୍ଗତ ଚାରୋଟି ଦୁର୍ଗମ ଅଞ୍ଚଳରେ  ଅବସ୍ଥିତ ଏକୁଲ, ସେକୁଲ, କୋଟପାଡ ଏବଂ କୋଟ ଗ୍ରାମକୁ ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପାଧକ୍ଷ ସଞ୍ଜୟ କୁମାର ଦାସ ବର୍ମା ଗସ୍ତ କରିଛନ୍ତି। (ଏକୁଲ ପାହାଡ) ପାହାଡର ସମ୍ପୂର୍ଣ 16 କିଲୋମିଟର ଉପରେ ଅବସ୍ଥିତ ଏହି ଚାରୋଟି ଗ୍ରାମର ଲୋକମାନେ କରୋନା ବିପତ୍ତି ପାଇଁ କରାଯାଇଥିବା  ଲାକଡାଉନ ଯୋଗୁ ଅସୁବିଧାରେ ଫସି ରହିଛନ୍ତି। ଏଭଳି ଏକ ବିପଦ ସମୟରେ ସେହି ଉପାନ୍ତ ଅଞ୍ଚଳରେ ବାସ କରୁଥିବା ସମସ୍ତ ଗ୍ରାମବାସୀଙ୍କୁ ଶ୍ରୀଯୁକ୍ତ ବର୍ମା ରନ୍ଧା ଖାଦ୍ୟ ସହିତ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ଏଥି ସହ 4ଟି ଯାକ ଗ୍ରାମରେ ବାସ କରୁଥିବା ସମସ୍ତ ପରିବାରକୁ ଚୁଡା, ତେଲ, ସାବୁନ, ମାସ୍କ, ଡ଼ାଲି, ଚିନି, ଅମୂଲ ଆଦି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଛନ୍ତି। ସେହି ଗ୍ରାମବାସୀଙ୍କ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ଯଥାଶୀଘ୍ର ସେସବୁର ସମାଧାନ ଲାଗି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମହିଳା ମାନଙ୍କ ଶାରୀରିକ ସୁସ୍ଥତାକୁ ଦୃଷ୍ଟିରେ ରଖି ସାନିଟାରୀ ନପକିନ ପ୍ରଦାନ କରିଛନ୍ତି। ଏହି ସବୁ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଏଠାରେ ଗମନାଗମନ ସକାଶେ ଉତ୍ତମ ରାସ୍ତା ଓ ପିଡ଼ିଏସ ସେଣ୍ଟର କରାଯିବାର ଆବଶ୍ୟକତା ଅଛି। ଢେଙ୍କାନାଳ ଜିଲାର ବଜରଙ୍ଗ କ୍ଲବ ସହାୟତାରେ ଲୋକଙ୍କୁ ଏହି ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଞ୍ଚ ପାହାନ୍ତି ପତ୍ର, ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁ, ଜିଲା ଛାତ୍ର ସଭାପତି ସୁରୋଜ ମହାପାତ୍ର, ଯୁବ ସଭାପତି ଧରମାନନ୍ଦ ପରିଡା, ବଜରଙ୍ଗ କ୍ଲବର ଆକର୍ଷଣ ସିନହା , ସୁବ୍ରତ ଦାଶ, ସୁଭେନ୍ଦ୍ର ଷଡଙ୍ଗୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.