ଜୟଜବାନ କ୍ଳବ ଓ ଜଟାଧାରୀ କ୍ଳବର ଯୁବଗୋଷ୍ଠୀଙ୍କ ଦ୍ବାରା ଅସହାୟଙ୍କ ଶୁଖିଲା ଖାଦ୍ୟ ବଣ୍ଟନ ।

0

ପଦ୍ମପୁର-କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ପ୍ରଥମ ପର୍ଯ୍ୟାୟ ତାଳାବନ୍ଦ ପରେ ଏବେ ପୁଣି ଦ୍ବିତୀୟ ପର୍ଯ୍ୟାୟ ତାଳାବନ୍ଦ ଜାରି ରହିଛି । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା  ଦେଖିବାକୁ ମିଲୁଛି । ଏପରି ଦୟନୀୟ ଅବସ୍ଥା ସମୟରେ ଉକ୍ତ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ଦୀପ୍ତୀପୁର ଅଞ୍ଚଳର କିଛି ଯୁବଗୋଷ୍ଠୀ । ଜୟ ଜବାନ କ୍ଳବ ଓ ଜଟାଧାରୀ କ୍ଳବର ମିଳିତ ଉଦ୍ୟମରେ ଟାଳ ପଞ୍ଚାୟତର ଗରିବ ଅସହାୟ ତଥା ଦିନ ମଜୁରିଆ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।ଦୀର୍ଘ ଦିନ ହେଲା ଏହି ଯୁବଗୋଷ୍ଠୀ ପଦ୍ମପୁରର ବିଭିନ୍ନ ପଞ୍ଚାୟତର ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି  । ଆଜି ଏହି ଯୁବଗୋଷ୍ଠୀ ଡ଼ଙ୍ଗାଘାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମୁନିବାହାଲି,ପଥୁରୀ,ଡ଼ଙ୍ଗାଘାଟ,ସାଲେବାହାଲି ଓ ପୁଢେରଖାର ଗ୍ରାମ ଗୁଡିକର ପ୍ରାୟ ଦୁଇଶହରୁ ଅଧିକ ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ସହକାରୀ ଜିଲ୍ଲାପାଳ ପଦ୍ମପୁର ଦୀପ୍ତିମୟୀ ଭୁଏ ଓ ଅତିରିକ୍ତ ତହସିଲଦାର ପଦ୍ମପୁର ସରିତା ଗୁପ୍ତା ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ ।ଶୁଖିଲା ଖାଦ୍ୟରେ ଚାଉଳ,ଡାଲି,ଚିନି,ଚା,ସୁଜି,ଚୁଡା,ବିସ୍କୁଟ ଓ ଲୁଣ ଦିଆଯାଇଛି । ଯୁବଗୋଷ୍ଠୀଙ୍କ ଏହି ଶୁଖିଲା ଖାଦ୍ୟ ଅସହାୟ ମାନଙ୍କ ପାଇଁ ସହାୟକ ହେବ ବୋଲି  ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି । ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଜଟାଧାରୀ କ୍ଳବ ଟାଳର ଧିରେନ ବିଶ୍ବାଳଙ୍କ ନେତୄତ୍ବରେ  ଡ଼ମ୍ବରୁଧର ପ୍ରଧାନ, ଚତୃ ଭୋଇ, ଅଶ୍ବିନୀ ସାହୁ, ମୁକେଶ ବେରିଆ,ଆନନ୍ଦ ପ୍ରଧାନ, ଦେବାଶିଷ ପ୍ରଧାନ, ଶାନ୍ତନୁ ବଢେଇ, ସୁମନ୍ତ ପ୍ରଧାନ, ଚିନ୍ତାମଣି ପ୍ରଧାନ, ଜ୍ୟୋତିକାନ୍ତ ସାହୁ,ନିଳମଣି ସାହୁ,ନାରାୟଣ ସାହୁ ଓ ଜୟ ଜବାନ କ୍ଳବ ଦୀପ୍ତୀପୁରର ଦୀପ୍ତିକାନ୍ତ ମୁଖିଙ୍କ ନେତୄତ୍ବରେ ରୋଶନ ପାଣିଗ୍ରାହୀ,ବିନୟ ସାହୁ,ପ୍ରେମାନନ୍ଦ ବାରିକ, ଚେତନ ଜେନ,ସୁନିଲ ସାହୁ, ସୁଶିଲ ସାହୁ,ଚନ୍ଦନ ସାହୁ, ରଜତ ସାହୁ, ହାର୍ଷିଦ ଗୋୟଲ,କୁନା ବାରିକ, କଂଗ୍ରେସ ସାହୁ,ଅନିଲ ସାହୁ, ବଣ୍ଟି ଅଗ୍ରୱାଲ, ବବୁଲୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.