ସର୍ଗିପାଲି ଠାରେ ଯୋଗେଶ ସିଂଙ୍କ ନେତୃତ୍ୱରେ ରକ୍ତ ଦାନ ଶିବିର

0

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ଆଜି ସର୍ଗିପାଲି ଠାରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ନେତୃତ୍ୱରେ ବିଜୁ  ଜନତା ଦଳ ଦ୍ଵାରା ଏକ ରକ୍ତ ଦାନ ଶିବିର ର ଆୟୋଜନ କରା ଯାଇଥିଲା | ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଯଦିଓ ୮୦ ଜଣ ରୁ ଉର୍ଦ୍ଧ୍ବ ରକ୍ତ ଦାତା ଉକ୍ତ ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିବା ନିମନ୍ତେ ଇଚ୍ଛୁକ ଥିଲେ |  କିନ୍ତୁ ସରକାରଙ୍କ ସାମାଜିକ ଦୂରତ୍ୱ ନିୟମାବଳୀ ଅନୂପାଳନ କରି ୩୫ ଜଣ ଙ୍କ ରକ୍ତ ସଂଗ୍ରହ କରା ଯାଇଅଛି। ଆଗକୁ ପୁଣି ରକ୍ତ ଦାନ ଶିବିର ଆୟୋଜନ କରି  ମୁଖ୍ୟମନ୍ତ୍ରୀଙ୍କ ମହତ୍ ଉଦ୍ଦେଶ୍ୟ କୁ ଅନୁପାଳନ କରିବା ଆମର ଲକ୍ଷ୍ୟ ବୋଲି ଶ୍ରୀ ସିଂ ମନ୍ତବ୍ୟ ଦେଇଛନ୍ତି।

Leave A Reply

Your email address will not be published.