ଘରେ ଥାଇ ବି ସଂକ୍ରମିତ ହେଲେ ରାଜ୍ୟର ୧୦୧ ଓ ୧୦୨ତମ କରୋନା ଆକ୍ରାନ୍ତ 

0

ସୁନ୍ଦରଗଡ଼/   ହୋରାଚାନ୍ଦ ଦେଉରିଆ : ରାଜ୍ୟ ସରକାର ଆଜି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଶ୍ରା ବ୍ଲକର ଗୁଡ଼ଗୁଡ଼ଜୋରର ୧୦୧ ଓ ୧୦୨ ନଂ କରୋନା ଆକ୍ରାନ୍ତଙ୍କର ଗସ୍ତ ବିବରଣୀ ଦେଇଛନ୍ତି l ତାହା ଅନୁଯାୟୀ, ୧୦୧ ନଂ କରୋନା ଆକ୍ରାନ୍ତ ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୨୪ ତାରିଖ ଯାଏଁ ଘରେ ରହିଥିଲେ। ଏହାପରେ ତାଙ୍କର ତାଙ୍କର ନମୁନା ସଂଗ୍ରହ ହୋଇଥିଲା। ଗତ ୨୫ ତାରିଖରେ ସେ ପଜିଟିଭ୍ ଟିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅପରପକ୍ଷରେ ୧୦୨ ନଂ କରୋନା ଆକ୍ରାନ୍ତ ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୧୮ ତାରିଖ ଯାଏଁ ଘରେ ରହିଥିଲେ। ଏପ୍ରିଲ ୧୮ ତାରିଖରେ ସାଧାରଣ ଲକ୍ଷଣ ଦେଖାଯିବା ପରେ ବି ୨୪ ତାରିଖ ଯାଏଁ ଘରେ ସେ ରହିଥିଲେ। ଏହାପରେ ତାଙ୍କର ତାଙ୍କର ନମୁନା ସଂଗ୍ରହ ହୋଇଥିଲା। ଗତ ୨୫ ତାରିଖରେ ସେ ପଜିଟିଭ୍ ଟିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ପୂର୍ବରୁ ୧୦୩ ନଂ ଆକ୍ରାନ୍ତଙ୍କର ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାରl ରାଉରକେଲା ନାଲା ରୋଡର ୬୦ ବର୍ଷୀୟ ବୃଦ୍ଧ। ଥଣ୍ଡା ହେବାରୁ ଏପ୍ରିଲ୍ ୨୧ରୁ ୨୩ ତାରିଖ ଯାଏ ସେ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଟ୍ରାଭେଲ ହିଷ୍ଟ୍ରି ପାଇଁ ତାଙ୍କର ନମୁନା ସଂଗ୍ରହ ହୋଇଥିଲା। ଗତ ୨୫ ତାରିଖରେ ସେ ପଜିଟିଭ୍ ଟିହ୍ନଟ ହୋଇଥିଲେ। 

Leave A Reply

Your email address will not be published.