ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦୫ ଟଙ୍କା ସହାୟତା ଦେଲେ ସାହିତ୍ୟିକ 

0 2

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଦେଶ ଓ ରାଜ୍ୟରେ ଲକ ଡାଉନ ଘୋଷଣା ଯୋଗୁଁ ଏବଂ ସଂକ୍ରମିତ ମାନଙ୍କ ଚିକିତ୍ସା ପାଇଁ ଦେଶ ଓ ରାଜ୍ୟର ଆର୍ଥିକସ୍ଥିତି ଉପରେ କୁପ୍ରଭାବ ପଡିଥିବା ବେଳେ ବହୁ ବାଦାନ୍ୟ ବ୍ୟକ୍ତି ଦେଶ ଓ ରାଜ୍ୟର ଆର୍ଥିକ ଅବସ୍ଥା ସୁଧୀରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି ସହାୟତାର ହାତ ବଢାଇଛନ୍ତି। ସେହିପରି  ବୁବୁଡାର ବିଶିଷ୍ଟ ସାହିତ୍ୟିକ ତଥା ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ରଘୁନାଥ ସାହୁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋରନା ସଂକ୍ରମଣ ସହାୟତା ପାଇଁ ୫୦୦୫ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। ଏହି ଚେକ ପ୍ରଦାନ ସମୟରେ ବୁଗୁଡା ବଳଦେବ ଜୀଉ ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.