ଅସହାୟଙ୍କୁ ମାସ୍କ ପିନ୍ଧାଇ ସଚତେନ କଲେ ଥାନା ଅଧିକାରିଣୀ 

0 2

ପାଟଣାଗଡ/ବିମଲ କୁମାର ବାଗ  : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତରାୟ କରୋନା ସଂକ୍ରମଣର ଭୟାବହତା  ସମ୍ପର୍କରେ ସହରବାସୀଙ୍କୁ ସଚେତନ କରାଇଛନ୍ତି। ଥାନା ଅଧିକାରିଣୀ ଶ୍ରୀମତି ରାଉତରାୟ ସହର ମଧ୍ୟରେ ଚାଲି ଚାଲି ବୁଲି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ତଦାରଖ କରିବା ସହ ସହର ମଧ୍ୟରେ ମାସ୍କ ନ ପିନ୍ଧି ବୁଲୁଥିବା ଲୋକମାନଙ୍କୁ ମାସ୍କ ବ୍ୟବହାରର ଉପକାରିତା ସମ୍ପର୍କରେ ବୁଝାଇଛନ୍ତି। ବିନା କାରଣରେ ସହରରେ ବୁଲୁଥିବା ଲୋକଙ୍କୁ ତାଗିତ କରିବା ସହ ଘର ମଧ୍ୟରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ। ସେହିପରି ସହରରେ ଖୋଲା ଥିବା ଅତ୍ୟାବଶ୍ୟକ  ସାମଗ୍ରୀ ଦୋକାନ ଗୁଡିକର  କିଣାକିଣି ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସହରରେ ବୁଲୁଥିବା ମାନସିକ ରୋଗୀମାନଙ୍କୁ ମଧ୍ୟ ଥାନା ଅଧିକାରିଣୀ ମାସ୍କ ପିନ୍ଧାଇ ସହ ଶୁଖିଲା ଖାଦ୍ୟ ବଣ୍ଟନ କରୁଥିବା ଦେଖିବାକୁ ମିଲିଥିଲା। ଥାନା ଅଧିକାରିଣୀ ଶ୍ରୀ ରାଉତରାୟ ଏହି ମହତ୍ ପଦକ୍ଷପକୁ ଅଞ୍ଚଳ ବାସୀ ଖୁବ ପ୍ରଶଂସା କରୁଥିବା ଖବର ମିଲିଛି।

Leave A Reply

Your email address will not be published.